ଭୟଭୀତ କରି ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ,ଥାନାରେ ଲିଖିତ ଅଭିଯୋଗ. l

ହରଭଙ୍ଗା :ଦିନକୁ ଦିନ ରାସ୍ତା ଘାଟରେ ଅପରାଧିକାର କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ବେଳେ ପୋଲିସ କୁ ଚକମା ଦେଖାଇ କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଅପରାଧିକାର କାର୍ଯ୍ୟରେ ଲିପ୍ତ ରହୁଥିବା ଏବଂ ଚୋରି କାର୍ଯ୍ୟଠୁ ଆରମ୍ଭ କରି ଲୁଟ ପାଟ ପର୍ଯ୍ୟନ୍ତ କାର୍ଯ୍ୟ ଅଞ୍ଚଳ ରେ ବାରମ୍ବାର ବୃଦ୍ଧି ପାଉଥିବା ଭଳି ଖବର ସାମ୍ନା କୁ ଆସୁଛି l ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାଇ ଶନିବାର ଦିନ ଅପରାହ୍ନ ସମୟ ରେ ବୌଦ୍ଧ ଜିଲା ହରଭଙ୍ଗା ଥାନା ସଙ୍କୁରୀ ଗ୍ରାମର ଭରତ କଟା ଓ ତାଙ୍କ ପତ୍ନୀ ଗୀତାଞ୍ଜଳି କଟା ଏବଂ ନିଜ ଛୋଟ ଝିଅ ସହ ଏକ ବାଇକ ଯୋଗେ ଶ୍ୱଶୁର ଘର ବଘିଆ ପଡା ଫାଣ୍ଡି ମେଣ୍ଢି ମାଲ ଗ୍ରାମରୁ ବାହାରି ନିଜ ଗ୍ରାମ ସଙ୍କୁରୀ କୁ ଫେରୁଥିବା ସମୟରେ ଚାରିଛକ -ଶୀତଲ ପାଣି ପୂର୍ତ୍ତ ରାସ୍ତା ଖରଭୂଇଁ ପୋଲ ନିକଟରେ ପଛରୁ ଏକ ବାଇକ ରେ ପିଛା କରି ଆସୁଥିବା 3ଜନ ଦୁର୍ବୁତ୍ତ ହଠାତ ଅଟକାଇ ମା ରଣାସ୍ତ୍ର ବେକ, ପେଟ ରେ ରଖି ଗୀତାଞ୍ଜଳି ଙ୍କ ବେକରୁ ଏକ ସୁନା ହାର, ମଙ୍ଗଳ ସୂତ୍ର, କାନ ଫୁଲ ନେଇଯାଇ ବାଇକ ଯୋଗେ ପୁଣି ଚାରିଛକ ପଟକୁ ଫେରି ଯାଇଥିଲେ ବୋଲି ଅଭିଯୋଗ ହୋଇଛି l ଏନେଇ ହରଭଙ୍ଗା ଥାନା ଅଧିକାରୀ ନଳିନୀ ଦାସ ଙ୍କୁ ପଚାରିବାରୁ 116/24ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚାଲିବା ସହ ଖୁବ ଶୀଘ୍ର ଦୁର୍ବୁତ୍ତ ମାନଙ୍କୁ ଧରାଯିବ ବୋଲି ଗଣ ମଧ୍ୟମ ଆଗରେ ସୂଚନା ରଖିଛନ୍ତି l

Leave a Reply

Your email address will not be published. Required fields are marked *