
ବାରିପଦା,ଉଦଳା,(ଦୀନବନ୍ଧୁ ବାରିକ):,ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଉପ-ଖଣ୍ଡ,ଉଦଳା ଏନ୍ ଏ ସି ସ୍ଥିତ କୃଷକବଜାର,ଉଦଳା ଆର୍ ଏମ୍ ସି ଦ୍ବାରା ନିୟନ୍ତ୍ରିତ । ମୁଖ୍ୟ ପରିବା ମାର୍କେଟ ରେ କୃଷକ ତଥା ବ୍ଯବସାୟୀମାନେ ବସି ବିକ୍ରୟ କରିବା ପାଇଁ ଛପର ସହ ପକ୍କାପିଣ୍ଡି ମାନ ନିର୍ମାଣ କରିଛନ୍ତି । ଦୁଇ ପକ୍କାପିଣ୍ଡି ମଝିରେ ଗ୍ରାହକ ଓ ବ୍ଯବସାୟୀମାନେ ଯାତାୟାତ ନିମନ୍ତେ ଆର୍ ଏମ୍ ସି ଦ୍ବାରା ନିର୍ମାଣ କରାଯାଇଥିବା ପକ୍କାରାସ୍ତାଟି ଭାଙ୍ଗିରୁଜି ଖାଲଖମାପୂର୍ଣ ହୋଇ ପଡିରହିଥିବାରୁ ଡ୍ରେନ୍ ରୁ ପଚା ଦୂଷିତ ବର୍ଷା ଜଳ ମାଡିଆସି ଖାଲଖମାରେ ପୁରିରହି ଅଂଚଳରେ ପୂତ୍ତି ଗନ୍ଧମୟ ଅସ୍ବାସ୍ଥ୍ଯକର ପରିବେଶ ସୃଷ୍ଟି କରୁଥିବାବେଳେ ଖାଲଖମାପୂର୍ଣ ରାସ୍ତାରେ ଗ୍ରାହକମାନେ ପଡି ଲହୁଲୁହାଣ ହେଉଛନ୍ତି।ଏହାର ସହଳ ନିରାକରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ସାଧାରଣରେ ଦାବୀ ହେଉଅଛି।