ଉଦଳା ମହାବିଦ୍ୟାଳୟ ଛାତ୍ରୀ ସୁସ୍ମିତା ପରିଡା ରସାୟନ ବିଜ୍ଞାନ ସ୍ନାତକ ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି

ବାରିପଦା (ଦୀନବନ୍ଧୁ ବାରିକ) : ଉଦଳା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ଛାତ୍ରୀ ସୁସ୍ମିତା ପରିଡା ସଦ୍ୟ ପ୍ରକାଶିତ ବିଶ୍ୱବିଦ୍ୟାଳୟସ୍ତରୀୟ ସ୍ନାତକ ପରୀକ୍ଷାରେ ସର୍ବ ମୋଟ ୧୨୦୯(86.36%) ନମ୍ବର ରଖି ବାରିପଦାସ୍ଥ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟ ସ୍ତରରେ ଡିଷ୍ଟିଂସନ ସହିତ ଟପ୍ପର ହୋଇଛନ୍ତି ।ଏହାର ଶ୍ରେୟ ସେ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ମୁଖ୍ୟ ଡ: ଆଲୋକ ରଞ୍ଜନ ପ୍ରଧାନ ଓ ଅନ୍ୟ ସମସ୍ତ ସହଯୋଗୀ ଅଧ୍ୟାପକ, ଅଧ୍ୟାପିକାଙ୍କ ବ୍ୟତୀତ ତତ୍ତ୍ୱାବଧାରକ ଖୁଣ୍ଟା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଡ଼:ମୁରାରୀଲାଲ ବାରିକଙ୍କୁ ଦେବା ସହିତ ତାଙ୍କ ବାପା ମା’ ଏବଂ ସମସ୍ତ ସହଯୋଗୀଙ୍କୁ ଦେଇଛନ୍ତି।ଭବିଷ୍ୟତରେ ସେ ଜଣେ ଭଲ ଅଧ୍ୟାପିକା ହୋଇ ପିଲା ମାନଙ୍କୁ ଶିକ୍ଷାଦାନ କରିବାର ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *