ଜୟବଜରଙ୍ଗବଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପାଣିଗାଁ ଦଳ କୁ ହରାଇ ଲଡୁଗାଁ ଦଳ ଚମ୍ପିୟାନ

ଧର୍ମଗଡ (ସନତ ପ୍ରଧାନୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଶିଶୁ ମନ୍ଦିର ପଛପଟେ ଥିବା ପଡିଆ ରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୁଧବାର ଉଦଯାପିତ ହୋଇ ଯାଇଛି। ଫାଇନାଲ ଖେଳ ଲଡୁଗାଁ ଦଳ ଓ ପାଣିଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା ପ୍ରଥମେ ଟସ ଜିଣି ଲଡୁଗାଁ ଦଳ ବେଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିବା ବେଳେ ଦ୍ଵିତୀୟ ଇନିଂସ ରେ ପାଣିଗାଁ ଦଳ ବ୍ୟାଟିଂ କରି ୯ ଓଭର ୪ ବଲ ରେ ସମସ୍ତ ୱିକେଟ ହରାଇ ପରାଜୟ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ କଲମପୁର କୋକସରା,ଜୟପାଟଣା ବ୍ଲକ ରୁ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଦିବସର ମୁଖ୍ୟ ଅତିଥି ଭାବେ ରାଜେଶ ବଂସଲ, ରମେଶ ଶର୍ମା, ଧ୍ଵଜ ମହାନନ୍ଦ, ମହେଶ୍ୱର ଦଣ୍ଡସେନା, କୁଞ୍ଜ ଦଣ୍ଡସେନା,ନାନକ୍ ଅଗ୍ରୱାଲ, ଶିଶୁର ଚୌଧୁରୀ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଚମ୍ପିୟାନ ଲଡୁଗାଁ ଦଳ କୁ ୧୦ ହାଜର ନଗଦ ଟଙ୍କା ସହ ଟ୍ରଫି ଓ ପାଣିଗାଁ ଦଳ କୁ ରନର୍ସ ଅଫ ଟ୍ରଫି ଶହ ନଗଦ ୭ ହାଜର ଟଙ୍କା ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମ କୁ ଟୁର୍ଣ୍ଣାମେଣ୍ଟ ର ସଭାପତି ଶିବ ପ୍ରସାଦ ମାଝୀ ଦୁର୍ଗା ବଞ୍ଜରା, ଥବିର ମାଝୀ,ଶଙ୍କର ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *