
ବାରିପଦା/ଉଦଳା : – ଉଦଳା-କପ୍ତିପଦା ରାଜ୍ୟ ରାଜପଥରେ ଥିବା ଆଶୀର୍ବାଦ ଧର୍ମଶାଳାରେ ଆୟୋଜିତ ଏକ ବୈଠକରେ ଉଦଳା ୟୁନିକ୍ ପ୍ରେସ୍ କ୍ଲବର କର୍ମକର୍ତା ଚୟନ କରାଯାଇଛି । ରବିବାର ଅପରାହ୍ନ ୪ ଟାରେ ଆୟୋଜିତ ଏହି ବୈଠକରେ ଉଦଳା ଏନଏସି ଏବଂ ବ୍ଲକ ଅଂଚଳରେ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ଦିନବନ୍ଧୁ ବାରିକ, ଶ୍ରୀ ସନ୍ତୋଷ କୁମାର ବାଚ୍ଛିନୀ, ଶ୍ରୀ ଶଶିକାନ୍ତ ମିଶ୍ର ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ଦିଲ୍ଲୀପ କୁମାର କଲିଆ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଉଦଳା ଅଂଚଳରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ସାମ୍ବାଦିକତାକୁ ନେଇ ମଂଚାସୀନ ଅତିଥିମାନେ ଆଲୋଚନା କରିଥିଲେ । ଏହା ପରେ ଉଦଳା ୟୁନିକ୍ ପ୍ରେସ୍ କ୍ଲବର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଦିନବନ୍ଧୁ ବାରିକ, ଉପସଭାପତି କୃଷ୍ଣଚୈତନ୍ୟ ସଦୁଆଳ, ସମ୍ପାଦକ ଦିଲ୍ଲୀପ କୁମାର କଲିଆ, ସହ ସମ୍ପାଦକ ମାନସ କୁମାର ପାଣି, କୋଷାଧ୍ୟକ୍ଷ ଭାବେ ଶଶିକାନ୍ତ ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବାଚ୍ଛିନୀ, ସର୍ବେଶ୍ୱର ମହାପାତ୍ର, ଦୀପକ କୁମାର ପରିଡା, ଅତନୁ ତ୍ରିପାଠୀ, ଶୁଭାଶିଷ ପତି ଏବଂ ସନ୍ଦୀପ ମହାନ୍ତିଙ୍କୁ ଚୟନ କରାଯାଇଛି । ଏହା ସହିତ ସଂଘର ସୋସିଆଲ ମିଡିଆ ସଂଯୋଜକ ଭାବେ ଶ୍ରୀକାନ୍ତ ନାୟକଙ୍କୁ ଚୟନ କରାଯାଇଥିଲା । ଆଗାମୀ ଦିନରେ ଏହି ସଂଘ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବ ତତସହିତ ସାମ୍ବାଦିକଙ୍କ ସମସ୍ୟା ନେଇ ଆଗାମୀ ଦିନରେ ଛିଡା ହେବ ବୋଲି ନୂତନ ଭାବେ ଚୟନ ହୋଇଥିବା ସଭାପତି ଦିନବନ୍ଧୁ ବାରିକ କହିଛନ୍ତି । ଖୁବଶୀଘ୍ର ଏକ ବୈଠକ ଆୟୋଜନ କରାଯାଇ ଆଗାମୀ ଦିନରେ ସଂଘର କାର୍ଯ୍ୟକାରିତା ଉପରେ ସବିଶେଷ ଆଲୋଚନା କରାଯିବ ବୋଲି ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ବାଚ୍ଛିନୀ ସୂଚନା ଦେଇଛନ୍ତି । ଏହି କର୍ମକର୍ତା ଚୟନରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅଭିଜିତ୍ ବେହେରା, ଅଭିଜିତ୍ ବିଶ୍ୱାଳ, ଶ୍ୱେତସୁନ୍ଦର ମଲ୍ଲିକ, ବସନ୍ତ ବେହେରା, ଦୀପକ କୁମାର ପାଣିଗ୍ରାହୀ, ଦୀପକ କୁମାର ମିଶ୍ର,ଯଶୋବନ୍ତ ପରିଡା, ଅକ୍ଷୟ କୁମାର କର, ଦେବଦତ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ସାମ୍ବାଦିକ ଅଭିଜିତ୍ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଇତି ।
ଦୀନବନ୍ଧୁ ବାରିକ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି