ବିରିପୁର ଗ୍ରାମରେ ଉନ୍ନତ କିସମ ଛେଳି ବଣ୍ଟନ କାର୍ଯ୍ୟକ୍ରମ l

ଗଞ୍ଜାମ : ୨୬.୦୩.୨୫

(ମିଥୁନ ବାରିକ୍)

ରମ୍ଭା : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ସ୍ଥିତ ବିରିପୁର ଗ୍ରାମରେ ଅଖିଳ ଭାରତୀୟ ସମ୍ବନିତ ଗଞ୍ଜାମ ଛେଳି ଉନ୍ନତିକରଣ ଗବେଷଣା ପ୍ରକଳ୍ପ ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ଉନ୍ନତ କିସମର ବୋଦା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଡ଼. ଚିନ୍ମୟ ମିଶ୍ର, ଡ଼. ଆଦିତ୍ୟ ପ୍ରସାଦ ଆଚାର୍ଯ୍ୟ, ଡ଼. ଲେନିନ କୁମାର ଗୁମ୍ଫା ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ୭ ଜଣ ଛେଳି ଚାଷୀଙ୍କୁ ଉନ୍ନତ ମାନର ବୋଦା ବଣ୍ଟନ କରିଥିଲେ l ତତ ସହିତ ଚାଷୀଙ୍କୁ ଘାସ ମଞ୍ଜି, ଦାନା, ମଶାରୀ, ପାଲ, ପାଣି ବୋତଲ, ଛତା, ଟର୍ଚ୍ଚ ଏବଂ ମେଡ଼ିସିନ, ଇଂଜକସନ ପ୍ରଦାନ କରିଥିଲେ l ଏତଦ ବ୍ୟତୀତ ଡାକ୍ତର ମାନେ ଚାଷୀଙ୍କୁ ଛେଲିର ସୁରକ୍ଷା ଏବଂ ଅଧିକରୁ ଅଧିକ କିପରି ଉନତି କରି ଲାଭବାନ ହୋଇପାରିବେ ସେ ବିଷୟରେ ବୁଝାଇଥିଲେ l କାର୍ଯ୍ୟକ୍ରମକୁ ଏ. ରଘୁନାଥ ପାତ୍ର, ଜେ. ଭାସ୍କର ପାତ୍ର ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *