ଭଳିବଲ ଟର୍ଣ୍ଣାମେଣ୍ଟ ଗଞ୍ଜାମ ବାଘା ଦଳ ଚମ୍ପିୟାନ

ଛତ୍ରପୁର – ୨୭.୦୨.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ଷ୍ଟେସନ ରୋଡ଼ ଖାନ କମ୍ପ୍ଲେକ୍ସ ଠାରେ ଲlୟନ୍ସ ସିକ୍ସ ପକ୍ଷରୁ 7 ଦିନ ଧରି ଚାଲିଥିବା ଭଳିବଲ ଟର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ ଗତ ୧୮ ତାରିଖରେ ଏହାକୁ ଉଦଘାଟନ କରିଥିଲେ l ଏଥିରେ ୮ ଟି ଦଳ ଭାଗନେଇଥିଲେ l ଆଜି ଫାଇନାଲ ଦିବସରେ ଗଞ୍ଜାମ ସହରର ବାଘା ସିକ୍ସ ସହିତ ଛତ୍ରପୁର ର ମା ଶ୍ୟାମକାଳୀ ସିକ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ବାଘା ସିକ୍ସ ୩-୨ ସେଟରେ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲା l ଉଦଯାପନି ଦିବସରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ସମ୍ମାନିତ ଅତିଥିଭାବେ ଏନ ଦୁର୍ଯ୍ୟୋଧନ ରେଡି, ସୀମାଞ୍ଚଳ ପଣ୍ଡା ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଓ ପରାଜୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l ଲlୟନ୍ସ ସିକ୍ସ ସଭାପତି ସୂର୍ଯ୍ୟ ନାରାୟଣ ନାୟକଙ୍କ ତତ୍ୱବାଧାନରେ ଏହି ଟର୍ଣ୍ଣାମେଣ୍ଟକୁ ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *