ସନାତନ ପରମ୍ପରା କୁ ବଞ୍ଚାଇ ରଖିବା କୁ DKAB ଶିକ୍ଷା ଅନୁଷ୍ଠାନ ରଏକ ନିଆରା ପ୍ରୟାସ।

ଉମରକୋଟ :; ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ରେ ଅବସ୍ଥାପିତ ଦଣ୍ଡକାରଣ୍ୟ ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ସହ ମାତୃପିତ୍ରୁ ପୂଜନ ଦିବସ ପାଳନ ହୋଇ ଯାଇଛି। ସାରା ବିଶ୍ୱରେ ଫେବ୍ରୁଆରୀ ୧୪ କୁ ପ୍ରେମ ଦିବସ ଭାବେ ପାଳନ କରୁଥିବା ବେଳେ ଏହି ବିଦ୍ୟାଳୟ ରେ ଅଧ୍ୟୟନ ରତ କୁନି କୁନି ବାଳକ ଓ ବାଳିକା ଙ୍କ ମନରେ କିପରି ମାତୃତ୍ୱ, ପିତୃତ୍ୱ ଓ ଗୁରୁଜନଙ୍କ ପ୍ରତି ସଦଭାବନା ଜାଗ୍ରତ କରି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢି ପାରିବେ ସେ ଦିଗରେ ବିଦ୍ୟାଳୟ ର ପ୍ରତିଷ୍ଠାତା କାର୍ତ୍ତିକ ମଲ୍ଲିକ ଏକ ନିଆରା କାର୍ଯ୍ୟକ୍ରମ ପ୍ରୟାସ ଜାରି ରଖିଛନ୍ତି। ଆଜିର ଦୁନିଆରେ ବହୁ ଶିକ୍ଷା ଅନୁଷ୍ଠାନ ଗଢି ଉଠିଥିବା ବେଳେ,ଏହି ଶିକ୍ଷା ଅନୁଷ୍ଠାନ ଛାତ୍ର ଓ ଛାତ୍ରୀ ଶିକ୍ଷା ଦାନ ସହ କିପରି ଆମ ସନାତନ ପରମ୍ପରା ଓ ସଂସ୍କୃତି କୁ ଅନୁସରଣ କରି ନିଜକୁ ଗୋଟିଏ ଆଦର୍ଶ ଛାତ୍ର ଓ ଛାତ୍ରୀ ହୋଇ କୃତିତ୍ୱ ଲାଭ କରି ପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଯୋଗଦେଇଥିଲେ । ସଭା ପରିଚାଳନା କରିଥିଲେ ଟୁଟୁ ବାବୁ ପଟ୍ଟନାୟକ। ପ୍ରତିଷ୍ଠାନ ର ଅଧ୍ୟକ୍ଷ କାର୍ତ୍ତିକ ମଲ୍ଲିକ ଙ୍କ କହିବାନୁଯାୟୀ ଆଜିର ଏହି ଦିନ ଫେବୃୟାରୀ ୧୪ କୁ ପାଶ୍ଚାତ୍ୟ ଦେଶରେ ପ୍ରେମ ଦିବସ ରୂପେ ପାଳନ କରୁଛନ୍ତି କିନ୍ତୁ ଆମେ ଏହାକୁ ମତୃପିତୃ ପୂଜନ ଦିବସ ଭାବେ ପାଳନ କରୁଛୁ କାହିଁକି ନା ଆମ ଆଗାମୀ ପିଡି ଆମ ସନାତନ ଧର୍ମ ବା ଆମ କର୍ତ୍ତବ୍ୟ ଓ ସଂସ୍କାରକୁ ନ ଭୂଳନ୍ତୁ । ଆଜି ଏଠାରେ ସମସ୍ତ ଛାତ୍ର ଛାତ୍ରୀ ନିଜ ପିତା ମାତାଙ୍କୁ ଫୁଲ, ଚନ୍ଦନ ଓ ହାର ପିନ୍ଧାଇ ପୂଜନ କରି ଭବିଷ୍ୟତ ପାଇଁ ଆଶୀର୍ବାଦ କାମନା କରିଥିଲେ। ଏହି ଦୃଶ୍ୟ ସମସ୍ତଙ୍କୁ ଭାବ ବିହ୍ବଲ ସହ ମାତା ପିତାଙ୍କ ଅମୂଲ୍ୟ ଅବଦାନକୁ ମନେ ପକାଇ ଥିଲେ । ସମସ୍ତ ମାତା ପିତା ତଥା ଛାତ୍ର ଛାତ୍ରୀ ଓ ସମସ୍ତ ଅତିଥି ମାନଙ୍କ ଆଖିରେ ଲୁହ ଝଲସି ଯାଇଥିବା ଦୃଶ୍ୟ ଦେଖି ମୁଖ୍ୟ ଅତିଥି ମଧ୍ୟ ଭାବ ବିହ୍ବଳ ହୋଇଯାଇଥିଲେ। ମୂଖ୍ୟ ଅତିଥି ଙ୍କ କହିବାନୁଯାଇ ସେ ଏପରି ଏକ ନିଆରା ପରମ୍ପରା କୁ ମାନେପାଇବା କାର୍ଯ୍ୟକ୍ରମ କେବେ ଆଗରୁ ଦେଖିନାହାନ୍ତି ଓ ଏପରି ମାତୃପିତୃ ପୂଜାନ ଦିବସ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ପାଳନ କରିବା ସାର୍ବଜନୀନ ହେବା ଦରକାର ତଥା ପାଶ୍ଚାତ୍ୟ ପରମ୍ପରା କୁ ଭୁଲି ଆମ ଦେଶର ପରମ୍ପରା କୁ ଆପଣାଇ ନେବା ଫଳରେ ଛାତ୍ର ଓ ଛାତ୍ରୀ ନିଜର ଉଜ୍ଜ୍ଵଳ ଭବିଷ୍ୟତ ଗଢି ତୋଳିବାରେ ଉପକୃତ ହେବେ ।

ଉମରକୋଟ ରୁ ସନ୍ତୋଷ ଦଳାଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *