ସ୍ବୟଂଶ୍ରୀ ମହିଳା ସମବାୟ ସମିତିର ବାର୍ଷିକ ସାଧାରଣ ସଭା

କଟକ ତା ୦୭-୦୨-୨୦୨୫ ରିଖ ସ୍ବୟଂଶ୍ରୀ ମହିଳା ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ବିଜୁପଟ୍ଟନାୟକ ଛକ ସାରଳା ଭବନଠାରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଭାରେ ବର୍ଷକର ଆୟ ବେୟ ଅଟକଳକୁ ଉପସ୍ଥାପନ କରାଯିବା ସହିତ ନିଜସ୍ଵ ଜମି ଉପରେ ଗୃହ ନିର୍ମାଣ କାର୍ଯ୍ୟ ସହିତ ଅନେକ ଗୁରୁତ୍ତ୍ୱପୂର୍ଣ ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା ସଭାରେ ରୁଣ ଉପରେ ସୁଧାର ହାର ହ୍ରାସ କରିବାକୁ ସହମତି ଭିତରେ ଆଲୋଚନା କରିଥିଲେ। କର୍ମଚାରୀ ଉପରେ ସିର୍ଭିସ୍ ରୁଲ୍ ଉପରେ ଆଲୋଚନା ହୋଇଥିଲା। ସଭାପତି ପୂର୍ଣ୍ଣିମା ସିଂ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଉପସଭାପତି ଭାବେ ଜୟଶ୍ରୀ ଦାସ, ଜ୍ୟୋସ୍ନା ମହାନ୍ତି,ଏଆରସି,ସରତ ଚନ୍ଦ୍ର ମଲ୍ଲିକ ଡିଜି ଏମ ହିମାଂଶୁ ଶେଖର ସାମଲ,ନୟନା ବିଶ୍ବାଳ, ହେମଲତା ସ୍ବାଇଁ, ପୁଷ୍ପିତା ମହାନ୍ତି, ବିନୋଦିନୀ ବାରିକ, ନିବେଦିତା ଦାସ, ସୁଲୋଚନା ସାମନ୍ତରାୟ, ଚନ୍ଦ୍ର ମଣି ମହାନ୍ତିଙ୍କ ସହିତ ଅନେକ କଟକ ଅଂଶିଦାର ମାନେ ଉପସ୍ଥିତ ରହି ସଭାକାର୍ଯ୍ୟ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *