
କଟକ ତା ୦୭-୦୨-୨୦୨୫ ରିଖ
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ କଟକ ସହରାଞ୍ଚଳ ଶାଖା-୧ ତରଫରୁ ଆଜି ବିକାଶଭବନସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ, କଟକ-୧ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ।ଅଙ୍ଗନଓ୍ବାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରାଯିବା, ଅଙ୍ଗନଓ୍ବାଡ଼ି କର୍ମଚାରୀମାନଙ୍କର ବେତନ ବୃଦ୍ଧି କରାଯିବା, ପୂର୍ବ ପରି ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ଇନ୍କ୍ରିମେଣ୍ଟ ପ୍ରଦାନ କରାଯିବା, ପ୍ରତ୍ୟେକ ମାସରେ ପ୍ରୋଜେକ୍ଟ ମିଟିଂ ଓ ମେକ୍ଟର ମିଟିଂ କରାଯିବା ସହ ଟି.ଏ., ଡି.ଏ. ପ୍ରଦାନ କରାଯିବା, ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରାଯିବା, ଗରମ ରନ୍ଧା ଖାଦ୍ୟର ଦେୟ ପ୍ରତି ମାସରେ ନିୟମିତ ପ୍ରଦାନ କରାଯିବା, ବଣ୍ଟନ ଅଣ୍ଡାର ବୃଦ୍ଧି କରାଯିବା (ବଜାର ଦର ଅନୁସାରେ), ଅଙ୍ଗନୱାଡ଼ି କର୍ମୀଙ୍କୁ ଅନ୍ ଲାଇନ୍ କାର୍ଯ୍ୟପାଇଁ ଉନ୍ନତ ମାନର ମୋବାଇଲ୍ ଯୋଗାଇ ଦିଆଯିବା, ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଚାଉଳ ଓଜନ ମେସିନ୍ ଦ୍ଵାରା ସଠିକ୍ ଓଜନ କରି ଦିଆଯିବା, ପୋଷଣ କାର୍ଯ୍ୟକ୍ରମ ନିମନ୍ତେ ଅଙ୍ଗନୱାଡ଼ି କର୍ମୀଙ୍କୁ ଠିକ୍ ରୂପେ ଅଫିସ୍ ତରଫରୁ ସହଯୋଗ କରାଯିବା, ଅବସରପ୍ରାପ୍ତ ଅଙ୍ଗନଓ୍ବାଡ଼ି କର୍ମୀଙ୍କର ଓ ସହାୟିକାଙ୍କର ଅବସରକାଳୀନ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା, ଯେଉଁ ଅଙ୍ଗନୱାଡ଼ି କର୍ମୀମାନଙ୍କର ଦରମା ବନ୍ଦ କରାଯାଉଅଛି ସେମାନଙ୍କର ଦେୟ ପ୍ରଦାନ କରାଯିବା ଅନ୍ତର୍ଭୁକ୍ତ ଅଟେ।ଏଥିସହିତ ସ୍ଥାନୀୟ ସମସ୍ୟାକୁ ନେଇ ଏକ ଦାବିପତ୍ର ଜରିଆରେ କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡି.ଏସ୍.ଡବ୍ଲୁ. )ଙ୍କୁ ଭେଟି କର୍ମକର୍ତ୍ତାମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ଏକ ପ୍ରତିନିଧୂମଣ୍ଡଳୀ ସି.ଡି.ପି.ଓ.ଙ୍କୁ ଭେଟି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ସହିତ ସି.ଡି.ପି.ଓ.ଙ୍କୁ ମଧ୍ଯ ଦାବିପତ୍ର ପ୍ରଦାନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ, ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍, କଟକ ସହରାଞ୍ଚଳ ଶାଖା- ୧ର ସଭାନେତ୍ରୀ ନମିତା ସ୍ୱାଇଁ, ସମ୍ପାଦିକା ସୁଷମା ପତ୍ରୀ, କୋଷାଧ୍ଯକ୍ଷା ମଞ୍ଜୁଲତା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।