ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

ଚଣ୍ଡିଖୋଲ ୪/୨(କ ବ୍ୟୁ) ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଆନୁକୂଲ୍ୟରେ “ଏକ ଦେଶ ଏକ ନିର୍ବାଚନ, ସମସ୍ୟା ଓ ଆହ୍ବାନ” ଶୀର୍ଷକ ଏକ ଆଲୋଚନା ଚକ୍ର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଦୀପକ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ର କୁ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର୍ ପବିତ୍ର ମୋହନ ମlହlଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ଭଳି ବିଶ୍ଵର ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ଦେଶରେ ଏକ ସମୟରେ ନିର୍ବାଚନ ପ୍ରକ୍ରିୟା ର ସମସ୍ୟା ଓ ବିଭିନ୍ନ ଆହ୍ବାନ ର ଗୁରୁତ୍ଵ ପୂର୍ଣ୍ଣ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଭାବେ ରମାଦେବୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର୍ ଡକ୍ଟର ମାନସରଞ୍ଜନ ବେହେରା ବହୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସମନ୍ବୟର ସୃଷ୍ଟି ହୋଇଥିବା ଭାରତ ପରି ଉପ ମହାଦେଶର ନିର୍ବାଚନ ଏକ ସମୟରେ କାର୍ଯ୍ୟକାରୀ କରିବା ସମ୍ବନ୍ଧରେ ଦେଶ ବ୍ୟାପି ଯେଉ ବିତର୍କ ଓ ଆହ୍ବାନ ସୃଷ୍ଟି ହୋଇଛି ତାର ଉଭୟ ଦିଗକୁ ତଥ୍ୟ ଓ ପରିସଂଖ୍ୟାନ ସହିତ ବିଶ୍ଳେଷଣlତ୍ମକ ଚିତ୍ର ଉପସ୍ଥାପନ କରିଥିଲେ l ବିଭାଗୀୟ ଅଧ୍ୟାପକ ଡକ୍ଟର ହରିନlରlୟଣ ସାହୁ ଅତିଥି ପରିଚୟ ଦେବା ସହ ବିଷୟ ଭିତିକ ସନ୍ଦର୍ଭ ଉପସ୍ଥାପନ କରିଥିଲେ l +୩ ପ୍ରଥମ ବର୍ଷର ଛାତ୍ରୀ ଶୁଭ୍ରଂଶୀ ସାହୁ ଓ + ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଉଷାରାଣୀ ସାହୁ ଓ +୩ ତୃତୀୟ ବର୍ଷ ଛାତ୍ରୀ ତାଜକିଆ ତବସୁମ ନିଜନିଜର ସନ୍ଦର୍ଭ ପାଠ କରିଥିଲେ l ବିଭାଗୀୟ ଅଧ୍ୟାପିକା ମଞ୍ଜୁଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ପ୍ରମୋଦ କୁମାର ଖଣ୍ଡାୟୀ , ନାରାୟଣ ଚନ୍ଦ୍ର ମୁଦୁଲି, ପ୍ରଦୀପ କୁମାର ବରାଳ, ଶାନ୍ତନୁ କୁମାର ରାଉତରାୟ ଡକ୍ଟର ଭାଗ୍ୟଧର ନାୟକ, ଡକ୍ଟର ସଂଜିତ୍ କୁମାର୍ ମହାନ୍ତି, ଡକ୍ଟର ସାମୁଏଲ୍ ଲିମା, ଶମ୍ଭୁନାଥ ହେମ୍ରମ୍, ପ୍ରିତମ୍ ମିଶ୍ର, କିଶୋର କୁମାର ସାହୁ, ଡକ୍ଟର ଦୀପକ୍ କୁମାର ମିଶ୍ର, ଗିରିଶ ରାଉଳ, ଅଧ୍ୟାପିକା ରଞ୍ଜିତା ସ୍ବାଇଁ, ଡକ୍ଟର ଅମ୍ବିକା ତ୍ରିପାଠୀ, ନିରୂପମା ସ୍ବାଇଁ, ଗୀତାଞ୍ଜଳୀ ମହାନ୍ତି, ସସ୍ମିତା ପରିଡା, ସସ୍ମିତା ବେହେରା, ହେମଲତା ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *