ତୁ ଆମ ପୋଷା କୁକୁର

କିଏ କହେ ତୋତେ କୁକୁର
କିଏ କହେ ତୋତେ କୁକୁର
ଚେହେରା ଟି ତାର ପଶୁ
ସଙ୍ଗେ ସମ
ମନ ତୋର କେତେ ସୁନ୍ଦର
ତୁ ଆମ ପୋଷା କୁକୁର ———
ବିଶ୍ଵାସର ଏକ ପ୍ରତିମନ୍ତ୍ ରୂପ
ଧାରଣ କରିଛି ତୋ ଶରୀର
ତୁ ଆମ ପୋଷା କୁକୁର
ତୁ ଆମ ପୋଷା କୁକୁର ———
ମଣିଷ ଭଳି ତୁ ଧୋକେବାଜ ନୁହଁ
ମାଲିକ ର ବିଶ୍ଵସ୍ଥ ଚାକର
ବୋଲ ମାନିବାରେ ମାନି ଚାଲିବାରେ
ତୁ ଅଟୁ ଏକ ନମ୍ବର
ତୁ ଆମ ପୋଷା କୁକୁର
ତୁ ଆମ ପୋଷା କୁକୁର ———–
ଟିପୁ ଟିପୁ ବୋଲି
ଦକିଦେଲେ ତୋତେ
ଧାଇଁ ଆସୁ ହୋଇ ତରବର
ମାଲିକ ସେବାରେ ଥାଉ ଦିନରାତି
ହେଲେ ତୋ ମନରେ
ନଥାଏ ଅହଙ୍କାର
ତୁ ଆମ ପୋଷା କୁକୁର ——-
ମାଲିକ ଅଇଁଠା ତୋ
ପାଇଁ ପ୍ରସାଦ
ଖାଇ ଯାଉ ତୁହି ଆନନ୍ଦର
ଫେନିଳ ଶଯ୍ୟାରେ ଶୁଏ
ତୋ ମାଲିକ
ସାଜି ଥାଉ ତୁ ରାତ୍ର ଜଗୁଆଳ
ତୁ ଆମ ପୋଷା କୁକୁର
ତୁ ଆମ ପୋଷା କୁକୁର ———–
ମାନବ ଜାତିକୁ ଶିଖାଇ ଦେ ତୁ
ଭଲ ପାଇବାର ମନ୍ତର
ଅବିସ୍ୱାସି ଜନ ପଶୁ ସଙ୍ଗେ ସମ
ଭଦ୍ରମୁଖା ପିନ୍ଧା ଜାନୁ ଆର
ତୁ ଆମ ପୋଷା କୁକୁର
ତୁ ଆମ ପୋଷା କୁକୁର ———-

——o ——–
ନିରୂପମା ସ୍ୱାଇଁ
ବାରିପଦା ,ମୟୂରଭଞ୍ଜ,

Leave a Reply

Your email address will not be published. Required fields are marked *