ପାରାଦୀପ ନେହୁରୂ ବଙ୍ଗଳା ଵିଚିରେ ଶୀତ ଦିନ ଥିବାରୁ ଟୁରୁଷ୍ଟି ମାନେ ପିକୀନିକ୍ କରିବା ପାଇଁ ଆସୁଥିବା ବେଳେ ସେମାନଙ୍କୁ ନାହି ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି l ବିଭିନ୍ନ ଜାଗାରୁ ବହୁ ଦୁର ଦୁରାନ୍ତରୁ ବିଭିନ୍ନ ସଙ୍ଗଠନରେ କାର୍ଯ୍ୟ କରୁଥିବା ସଦସ୍ୟ ଦୁର ଦୁରାନ୍ତର ସାଙ୍ଗ ସାଥି ମାନେ ମିଳିତ ଭାବେ ଏକ ତ୍ରିତ ହୋଇ ପିକୀନିକ କରିବାକୁ ଆସୁଥିବା ସହ ବିଭିନ୍ନ ସ୍କୁଲର ବହୁ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ପିକିନୀକ କରିବା ପାଇଁ ବହୁ ମାତ୍ରାରେ ଛୁଟି ଆସିଛନ୍ତି ପିକିନୀକ୍ ସ୍ପଟ ନେହୁର ବଙ୍ଗଳା ସି ବିଚିକୁ l ଦୁଖ ଓ ପରିତାପର ବିଷୟ ଏହିକି ଯେ ଟୁରିଷ୍ଟ ମାନଙ୍କ ପାଇଁ ହୋଇଥିବା ପିଣ୍ଡି ଖୋଲା ଆକାଶ ତଳେ ଥିବା ବେଳେ ଅସରlଏ ବର୍ଷା ରେ ମୁଣ୍ଡ ଗୁଂଜି ବାକୁ ଯାଗା ନଥିବା ବେଳେ ରୋସେଇ କରିବା ତ ଦୂରର କଥା ,ଏ ଭଳି ସ୍ଥିତିରେ ଆସିଥିବା ଟୁରିଷ୍ଟ ମାନେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ପାରାଦୀପ ମୁନିସି ପାଲଟି ତରଫରୁ ପିଣ୍ଡି ଗୁଡ଼ିକର ଟ୍ୟାକ୍ସ ଓ ଗାଡ଼ି ପାର୍କିଂ ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଟ୍ୟାକ୍ସ ନେଉଥିବା ବେଳେ ଟୁରିଷ୍ଟ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ ଥିବା ନେଇ ଅସନ୍ତୁଷ୍ଟ ବହୁ ଟୁରିଷ୍ଟ ମାନେ l ଦେଖିବାକୁ ଗଲେ ଅଚାନକ ବର୍ଷା ପବନରେ ଆଜିର ଟୁରିଷ୍ଟ ମାନକ ଅବସ୍ଥା କହିଲେ ନ ସରେ l ବହୁ ଦୁର ଦୁରlନ୍ତରୁ ବହୁତ୍ ଗୁଡାଏ ଅର୍ଥ ଖର୍ଚ୍ଚ କରି ଅଧା ରୋଷେଇରେ ଅଖିଆ ଅପିଆ ଦୋଉଡିବାକୁ ପଡ଼ିଥିବା ଦେଖିବାକୁ ମିଳିଥିଲା l ଏଭିଲିକି ଛୋଟ ପିଲାମାନେ ମଧ୍ୟ ବର୍ଷା ରେ ଓଦା ମୋଦା ହୋଇ ବ୍ୟବସାୟ କରୁଥିବା ଦୋକାନୀଙ୍କ ପଲିଥିନ ତଳେ ରହିବାକୁ ପଡୁଥିବା ବେଳେ ନିଜର ମୁଣ୍ଡ ଗୁଞ୍ଜିବାକୁ ରାହା ପାଉ ନଥିଲେ l ଏଭଳିକି କୌଣସି ଜାଗାରେ ପ୍ରଶାସନ ତରଫରୁ ଘର ଖଣ୍ଡେ ମଧ୍ୟ ନଥିବା ଦେଖିବାକୁ ମିଳିନଥିଲା l ଏଭଳି ପରିସ୍ଥିତିରେ ଟୁରିଷ୍ଟ ମାନେ ଆସିବା ପାଇଁ କିଭଳିମନ ବଳାଇବେ l ଦୁଃଖ ଓ ପରିତାପର ବିଷୟ ଯେ ସେମାନଙ୍କୁ ପୀକିନିକ୍ ଷ୍ପଟକୁ ଆସିବା ବାଟରେ ବିଭିନ୍ନ ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି ଯାହାକି ଟିକେଟ ସହ ଗାଡ଼ି ପାର୍କିଂ କରିବା ପାଇଁ ନାହି ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି l ଏ ସବୁ କୁ ନେଇ କିଛି ସଦସ୍ୟ ଅସନ୍ତୁଷ୍ଟ ଥିବା ଜଣା ଯାଇଛି l ଏଭଳି ପରିସ୍ଥିତି ପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବକୁ ଟୁରିଷ୍ଟ ମାନେ ନିବେଦନ କରିଛନ୍ତି lସମୁଦ୍ର ଉପକୂଳ ବିଚୀରେ କରାଯାଇ ଥିବା ପିଣ୍ଡି ଓ ବିଚିର ପରିବେଶ ଖୁବ୍ ସୁନ୍ଦର୍ ମନୋରମ କୂ ନେଇ ସମସ୍ତେ ଖୁସି ଥିବା ଜଣା ଯାଇଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍