



ରାୟଗଡ-(ଅଜୟ ରଥ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ କଂସାରିଗୁଡା ଛକ ନିକଟରେ ଏକ ବିଭତ୍ସ କାଣ୍ଡ ଘଟିଯାଇଛି। ଜଣେ ଅଟୋଚାଳକଙ୍କୁ ଗଳାକାଟି ହତ୍ୟା କରୁଛନ୍ତି ଦୁବୁର୍ତ୍ତ। ଖବର ପାଇ ଘଟଣା ସ୍ଥଳରେ ରାୟଗଡା ଏସଡିପିଓ ରଶ୍ମିରଜଂନ ସେନାପତିଙ୍କ ସହ କାଶୀପୁର ଥାନା ଅଧିକାରି ସୂର୍ଯ୍ୟ ପ୍ରକାସ ନାୟକଙ୍କ ସହ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରୁଛନ୍ତି।ମୃତ ଅଟୋଚାଳକ ଜଣଙ୍କ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ଗ୍ରାମର ବଳରାମ ଖରା । ବଳରାମ ଦିର୍ଘ ଦିନ ଧରି ଦୋରାଗୁଡା ସ୍ଥିତ ଆରଆର କୋଲନିରେ ରହି ଆଟୋ ଚଳାଇ ଗୁଜରାଣ ମେଣ୍ଟାଉଥିଲେ। ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଟ ହୋଇନଥିବା ବେଳେ ପୁଲିସ ପକ୍ଷରୁ ସାଇଣ୍ଟିଫିକ ଟିମ୍ ଡକାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।ମିଳିଥିବା ସୂଚନା ମୁତାବକ ମୃତ ବ୍ୟକ୍ତି ଜଣଙ୍କ ଅଟୋଭଡା ପାଇଁ ଫୁଲଜବା ନିକଟସ୍ତ ଏକ ଗ୍ରାମକୁ ଯାଇ ଫେରୁଥିବା ସମୟରେ ହତ୍ୟା କରାଯାଇଥିବା ଅଭୀଯୋଗ ହୋଇଛି।ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ତେବେ ଏହା ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।