ସମ୍ବିଧାନ ବିତର୍କରେ ଭାଗ ନେଇ ବିରୋଧିଙ୍କ ଉପରେ ବର୍ଷିଲେ ମୋଦୀ

ଲୋକସଭାରେ ଆଜି ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ହୋଇଥିବା ବିତର୍କର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦର ନିମ୍ନ ସଦନରେ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୧୩ ତାରିଖରେ ଏହା ଉପରେ ଦୁଇ ଦିନିଆ ବିତର୍କ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଶୁକ୍ରବାର ସମ୍ବିଧାନ ଉପରେ ହୋଇଥିବା ବିତର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଭାଵଉଦ୍ରେକ ଭାଷଣ ଦେଇଥିଲେ। ଆଜି ଲୋକସଭାରେ ବିତର୍କ ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି…କଂଗ୍ରେସ ଥରେ ନୁହେଁ ବରଂ ୭୫ ଥର ସମ୍ବିଧାନ ପରିବର୍ତ୍ତନ କରିଛି। କଂଗ୍ରେସ ସଂରକ୍ଷଣ ବିରୋଧୀ ଥିଲା। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ। ଦେଶରେ ଭୋଟ୍ ବ୍ୟାଙ୍କ ପାଇଁ ଧର୍ମର ଖେଳ ଖେଳାଯାଉଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗୋଟିଏ ଶବ୍ଦ ଆମ କଂଗ୍ରେସ କର୍ମୀମାନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ରହିଆସିଛି । ସେହି ଶବ୍ଦଟି ହେଉଛି ‘ଜୁମଲା’ । କଂଗ୍ରେସରେ ଥିବା ଆମ ବନ୍ଧୁମାନେ ସବୁ ବେଳେ ଜୁମଲା କଥା କହୁଛନ୍ତି, କିନ୍ତୁ ସମଗ୍ର ଦେଶ ଜାଣେ ଯେ ଯଦି ଦେଶରେ କୌଣସି ବଡ଼ ଜୁମଲା ଥିଲା, ତେବେ ତାହା ଥିଲା ଗରିବୀ ହଟାଓ। ଏହା ଏମିତି ଜୁମଲା ଥିଲା, ଯାହାକୁ ୪ ପିଢି ଚଳାଇଲେ, ଯେଉଁଥିରେ ତାଙ୍କ ରାଜନୀତିର ରୁଟି ରୋଷେଇ ହେଉଥିଲା କିନ୍ତୁ ଗରିବ ଲୋକମାନେ ସେଥିରେ ପେଷି ହୋଇଯାଉଥିଲେ । ସେମାନେ କେବଳ ଟିଭିରେ ଗରିବୀ ଓ ଗରିବଙ୍କୁ ଦେଖିଥିଲେ । କିନ୍ତୁ ସେମାନେ ଗରିବଙ୍କ ପରିସ୍ଥିତିକୁ ଅନୁଭବ କରିନଥିଲେ । Also Read “ବଡ ରାୟ ଦେଲେ ସୁପ୍ରିମକୋର୍ଟ; ଧାର୍ମିକ ପୂଜାସ୍ଥଳୀରେ ସର୍ଭେ ଉପରେ ଲଗାଇଲେ ରୋକ” ଆମ ଦେଶରେ ଗରିବ ଲୋକଙ୍କ ନାମରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲା, କିନ୍ତୁ ଦେଶର ଅଧାରୁ ଅଧିକ ନାଗରିକ ବ୍ୟାଙ୍କରେ ଖାତା ଖୋଲିପାରିନଥିଲେ। ଆଜି ୫୦ କୋଟି ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ଗରିବଙ୍କ ପାଇଁ ବ୍ୟାଙ୍କ ଦ୍ୱାର ଖୋଲାଯାଇଛି । ସେମାନେ କହୁଥିଲେ ଦିଲ୍ଲୀରୁ ଗୋଟିଏ ଟଙ୍କା ବାହାରିଲେ ୧୫ ପଇସା ପହଞ୍ଚୁଥିଲା, କିନ୍ତୁ ଆଜି ୧୦୦ ପଇସାରୁ ୧୦୦ ପଇସା ପହଞ୍ଚୁଛି, ସିଧାସଳଖ ଲୋକଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯାଉଛି।

Leave a Reply

Your email address will not be published. Required fields are marked *