
ନୂଆଦିଲ୍ଲୀ: ସଂସଦରେ ସମ୍ବିଧାନ ଉପରେ ଚର୍ଚ୍ଚାର ଆଜି ଦ୍ୱିତୀୟ ଦିନ । ସମ୍ବିଧାନର ୭୫ତମ ବର୍ଷ ଅବସରରେ ଚର୍ଚ୍ଚା ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଚର୍ଚ୍ଚାରେ ଭାଗ ନେଇଛନ୍ତି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ବିଧାନ ଉପରେ ଚର୍ଚ୍ଚା କରିଥିଲେ। ଏହାପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏବଂ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ସମେତ ଅନ୍ୟ ନେତା ମଧ୍ୟ ଏହି ଚର୍ଚ୍ଚାରେ ଭାଗ ନେଇଥିଲେ । ଲୋକସଭାରେ ଆଜି ସମ୍ବିଧାନ ଉପରେ ଚର୍ଚ୍ଚା ଅବସରରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି କି ସମ୍ବିଧାନର ପ୍ରତ୍ୟେକ ଶବ୍ଦ ପ୍ରେରଣା ଦାୟକ । ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରୁଛନ୍ତି । Also Read “ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୫ ମୃତ, ତିନି ଆହତ” କେନ୍ଦ୍ର ମନ୍ତ୍ରୀ କିରଣ ସମ୍ବିଧାନ ଚର୍ଚ୍ଚାରେ କହିଛନ୍ତି କି ସମ୍ବିଧାନ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସାହସ ଦେଉଛି । ବାବା ସାହେବ ଭୀମରାଓ ଆମ୍ବେଦକର ସମ୍ବିଧାନ ଲେଖିବା ସହ ଏକ ସ୍ୱପ୍ନ ଦେଖିଥିଲେ । ସେହି ସ୍ୱପ୍ନ ଥିଲା , ସମସ୍ତେ ଯେପରି ନ୍ୟାୟ ପାଇବେ । ଏହି ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ମୋଦି ପୂରଣ କରୁଛନ୍ତି । ମୁଁ ଗର୍ବିତ ଯେ ଯେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳ ଆରମ୍ଭ ହେଲା, ସେବେ ପ୍ରଧାନମନ୍ତ୍ରୀ ସମ୍ବିଧାନର ଏହି ଭାବନାକୁ ପାଳନ କରିବା ସହ ନିଜ ସରକାରଙ୍କ ମନ୍ତ୍ର ଦେଶ ଆଗରେ ରଖିଲେ । ଏହି ମନ୍ତ୍ର ହେଉଛି ‘ସବ୍କା ସାଥ’, ସବ୍କା ବିକାଶ, ‘ସବ୍କା ବିଶ୍ୱାସ’ ଏବଂ ‘ସବ୍କା ପ୍ରୟାସ’।