ରାୟଗଡ଼ା ଚଇତି ଗୀତ ଗାଇଲେ ଦିବ୍ୟାଙ୍ଗ କଳାକାର

ରାୟଗଡା (ତପନ କାଡ୍ରାକା )ରାୟଗଡ଼ା ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରାର ଗଣପର୍ବ “ଚଇତି” ଲୋକ ମହୋତ୍ସବର ମାନ୍ୟତା ବହୁତ ପ୍ରଚଳିତ। ପ୍ରତିବର୍ଷ ଏହାକୁ ଜିଲ୍ଲାବାସୀ ମହା ଆଡମ୍ବରରେ ପାଳନ କରନ୍ତି। ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି “ଚଇତି ଗୀତ,” ଯାହା ଏଇ ଅଞ୍ଚଳର ମାଟିର ବାସ୍ନାକୁ ଦ୍ବିଗୁଣିତ କରେ।ଏଥିରେ ଏବେ ସ୍ଥାନୀୟ ଦିବ୍ୟାଙ୍ଗ କଳାକାର ଲକ୍ଷ୍ମଣ ଶବର (ଖିଲାପଦର ପଞ୍ଚାୟତ, ପଦ୍ମପୁର ବ୍ଲକ୍) ଓ ଫାବେନା ପାଲକା (ଟଙ୍ଗରମା ଗ୍ରାମ, କଦମା ପଞ୍ଚାୟତ, ଗୁଡ଼ାରୀ ବ୍ଲକ୍) ନିଜେ ଚଇତି ଗୀତ ଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ଉପସ୍ଥିତ ହୋଇଛନ୍ତି। ଏହି ଗୀତ ରାଜଲକ୍ଷ୍ମୀ ଷ୍ଟୁଡ଼ିଓରେ ରେକୋର୍ଡ ହୋଇଛି। ଗୀତକୁ ଚିତ୍ରାନ୍କନ କରିଥିଲେ ସୁପ୍ରିତ ସନ୍ତୋଷ ବଚ୍ଛା ଏବଂ ସଙ୍ଗୀତର ସଂଯୋଜନା କରିଥିଲେ ବିରୁ ହିଆଲ।
ପ୍ରଥମଥର ପାଇଁ ଚଇତି ପର୍ବର ଅଂଶରୁ ଏହି ଦିବ୍ୟାଙ୍ଗ କଳାକାର ମାନଙ୍କ ଅଂଶଗ୍ରହଣ ଜନସାଧାରଣଙ୍କ ମନକୁ ଆକର୍ଷିତ କରିଛି। ସେମାନେ ନିଜେ ବେଶ ଉତ୍ସାହିତ ଅଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଏହି ଗୀତକୁ ହୃଦୟଙ୍ଗମ କରାଯାଇ ଏହାର ସ୍ଵୀକୃତି ପ୍ରଦାନ ଏବଂ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ମତ ଦିଆଯାଇଛି।

Leave a Reply

Your email address will not be published. Required fields are marked *