
ଅନୁଗୁଳ : (ଦିଲୀପ କୁମାର ଚୋପଦାର ) ତାଳଚେର ପୋଲିସ ଦ୍ଵାରା କନ୍ଦ୍ଧାଳ ଗାଁ ନିକଟ ଜଙ୍ଗଲ ରାଜମାର୍ଗ ୧୪୯ , ୫୩ ରାସ୍ତା ସାଇଡ଼ ରୁ ୭ ଜଣ ଡକାୟତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି କ୍ରମରେ ତାଳଚେର ଥାନା ମଧ୍ୟ ରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।ଶ୍ରୀ ଜୈନ ଙ୍କ କହିବା ଅନୁଯାୟୀ ଅପରାଧୀ ମାନଙ୍କ ବିରୁଦ୍ଧରେ ଏକ କେଶ୍ ଯାହାର ନମ୍ୱର୍ ହେଲା ୧୦୪୬ ତା: ୧.୧୨.୨୦୨୪ ଏବଂ ୟୁ/ଏସ ୩୧୦ (୪),୩୧୦ (୫)ବି ଏନ୍ ଏସ ,r/w ସେକ୍ସନ ୨୫/୨୭ ଆର୍ମ ଆକ୍ଟ ।ମାମଲା ରୁଜ୍ଜୁ କରାଯାଇ ଆଗକୁ ତଦନ୍ତ ଜାରି ରହିଛି । ଏହି ଡକାୟତ ମାନେ ହେଲେ ରେମୁଁଆଁ ଗ୍ରାମ ନିବାସୀ ଶ୍ରୀ ଲୋକନାଥ ପଟ୍ଟନାୟକ (ସିପୁନ୍) ପି.ପ୍ରମୋଦ ପଟ୍ଟନାୟକ, ବ୍ରଜମୋହନ ପଟ୍ଟନାୟକ (ବିକୁ) ପି.ଦିବ୍ୟାକର ପଟ୍ଟନାୟକ, ସତ୍ୟଜିତ୍ ନାୟକ (ସାନୁ) ପି.ସଞ୍ଜୀବ କୁମାର ନାୟକ, ସିଦ୍ଧାର୍ଥ ଭୋଇ (ଜଗା) ନାମରେ ନାମିତ କରାଯାଇଛି ) ପି.ବାବୁଲି ଭୋଇ, ବାବୁଲ ଭୁତିଆ (ବଣ୍ଟୁ) ପି
ପ୍ରକାଶ ଭୁତୀଆ ଷଷ୍ଠ ବ୍ୟକ୍ତି ଥିଲେ ଭିକାରୀ ମହାପାତ୍ର (କମଲି) ପି. କମଲକାନ୍ତମହାପାତ୍ର ) ସପ୍ତମ ଡକାୟତ ହେଲେ ଅମୂଲ୍ୟ ଓଝା ପି. ଅଜୟ ଓଝା ଏମାନଙ୍କ ଠାରୁ 120 ଚୋରି ହୋଇଥିବା ମୋବାଇଲ୍ ଫୋନ୍ ସହିତ ଏକ ହୁଣ୍ଡାଇ AURA କାର ଯାହାର ରେଜିଷ୍ଟ୍ରେସନ ନମ୍ବର OD 02 CN , ଏକ ଦେଶୀ ପିଷ୍ଟଲ୍,ଦୁଇଟା ଛୁରୀ , ଦୁଇଟା ଲୁହାରଡ, ଗୋଟିଏ ଟାଙ୍ଗିଆ,ବହୁ ମାତ୍ରାରେ ବ୍ଲେଡ, ସ୍କ୍ରୁ ଡାଇଭାର ଏବଂ ଟେଷ୍ଟର, ଦୁଇଟା ଟର୍ଚ୍ଚ ଲାଇଟ୍, ଲଙ୍କା ଗୁଣ୍ଡ ପାଉଡର ସହିତ ଅନ୍ୟାନ୍ୟ ଜିନିଷ ଜପ୍ତି କରାଯାଇଛି ।ଡକାୟତ ମାନଙ୍କୁ ଗିରଫ କରିବାରେ ଯେଉଁ ମାନଙ୍କ ପ୍ରମୁଖ ଭୂମିକା ନେଇଥିଲେ ସେମାନେ ହେଲେ ଏସଆଇ ସରୋଜିନୀ ବେହେରା, ଏଏସ୍ଆଇ ସୁଶାନ୍ତ କୁମାର ମହାଲିକ୍, ଏଏସ୍ଆଇ ଆର। ମହାନନ୍ଦ ,ଏଏସଆଇ ହରେଶ ଚନ୍ଦ୍ର ଦଲାଇ, ଲଲିଟେନ୍ଦ୍ର ପ୍ରଧାନ, ବିବ୍ରତ ଗଡନାୟକ, ଦଇତାରୀ ପ୍ରଧାନ, ରମେଶ ପ୍ରଧାନ ଏବଂଚନ୍ଦ୍ରମଣି ବାଗ ଏବଂ ଆଇ ଓ ଭାବରେ ତୁଷାର କାନ୍ତ ମହାନ୍ତି ଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିରେ ତାଳଚେର ଆଇ ଆଇ ସି ଙ୍କ ବିଶେଷ ଅବଦାନ ମଧ୍ୟ ରହିଛି । ଏବେ ସମଗ୍ର ତାଳଚେର ଅଞ୍ଚଳରେ ପୋଲିସ ବିଭାଗ ର ଉପସ୍ଥିତ ବୁଦ୍ଧି ଏବଂ କାର୍ଯ୍ୟ ଶୈଳୀ କୁ ପ୍ରଶଂସା କରା ଯାଇଛି । ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ କହିଛନ୍ତି ଯେ , ଅପରାଧୀ ମାନଙ୍କ ପ୍ରତି ପୋଲିସ ବିଭାଗ ର ଶୂନ୍ୟ ଶହନଶିଳତା ନୀତି ରହିବ । କାହାରିକୁ ଛଡା ଯିବ ନାହିଁ ।ଆଇନ୍ ଅନୁଯାୟୀ ଆକ୍ସନ ହେବ ।