
ଉମରକୋଟ:-ଦୀର୍ଘ 12ବର୍ଷ ପରେ ଉମରକୋଟରେ ବ୍ଲକସ୍ତରୀୟ ମଣ୍ଡେଇ ପାଳନ କରାଗଲା ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ବ୍ଲକ ଓ ପୌରପରିଷଦ ସ୍ତରୀୟ ମଣ୍ଡେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଯାହା କି ଉତ୍ସବକୁ ସରପଞ୍ଚ ଓ ସମିତିସଭ୍ୟମାନେ ବର୍ଜନ କରିଥିଲେ ଯାହା ଫଳରେ କି 24ଜଣ ସରପଞ୍ଚ ଓ ସମିତି ସଭ୍ୟମାନେ ବର୍ଜନ କରିଥିଲେ ସମିତିସଭ୍ୟ ସଙ୍ଘ ସଭାପତି ବିକ୍ରମ ସିଂ କହିଥିଲେ ଦୀର୍ଘ 12ବର୍ଷ ପରେ ଉମରକୋଟରେ ବ୍ଲକସ୍ତରୀୟ ମଣ୍ଡେଇ ପାଳନ ହେଉଛି 10ଦିନ ତଳେ ପ୍ରସ୍ତୁତି ବ୍ୟଠକ ହୋଇଥିଲା ଗଠିତ କମିଟିରେ କେତେଜଣ ସମିତିସଭ୍ୟ ଓ ସରପଞ୍ଚଙ୍କୁ ରଖାଯାଇଥିଲା ପ୍ରତି ପଂଚାୟତରୁ 15ହଜାର ଟଙ୍କା ମଧ୍ୟ ଆଦାୟ ହେଲା ତେବେ ମଶାଲ ଶୋଭାଯାତ୍ରାରେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ନିମନ୍ତ୍ରଣ କଲେନାହିଁ ସେହିପରି ସାମ୍ବାଦିକଙ୍କ ବସିବା ପାଇଁ କିଛି ବ୍ୟବସ୍ଥା କରାଯାଇ ନଥିଲା ସାମ୍ବାଦିକମାନେ ପ୍ରତିବାଦ କରି ତଳେ ବସିଥିଲେ ମନ୍ତ୍ରୀ, ବିଧାୟକ, ବିଡିଓ ଓ ପୌର ନିର୍ବାହୀ ଅଧିକାରୀ ବୁଝାସୁଝା କରିବା ପରେ ସ୍ଥିତି ବଦଳିଥିଲା ପ୍ରଥମେ ମଶାଲ ଶୋଭାଯାତ୍ରା ମା’ ପେଣ୍ଟ୍ରାଣୀ ମନ୍ଦିର ଠାରୁ ବାହାରି ଡିଏନକେ ପଡିଆରେ ପହଞ୍ଚିଥିଲା ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ଲକ୍ଷ୍ମୀଚନ୍ଦ୍ର ମାଝୀ ସଭାପତିତ୍ବ କରିଥିଲେ ମୁଖ୍ୟ ଅତିଥିଭାବେ ଗଣଶିକ୍ଷ୍ୟା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥିଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରା, ଜିଲ୍ଲା ପରିଷଦ ଉପସଭାପତି ଲିପିକା ବାରୋଇ, ଝରୀଗାଁ ବିଧାୟକଙ୍କ ପ୍ରତିନିଧି ସୋନା ମାଝୀ, ସାଂସଦଙ୍କ ପ୍ରତିନିଧି ରାମ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ,ବାଦଲ ପଟ୍ଟନାୟକ,ପୂର୍ବତନ ନଗରପାଳ ଝଡ଼େଶ୍ୱର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଛାୟାରାଣୀ ବିଶ୍ୱାସ, ଡାଳିମ୍ବ ଭତ୍ରା, କାଉନସିଲର ତପନ କୁମାର ଦେବନାଥ, ଚିତ୍ତ ପାତ୍ର, ମନୋଜ କୁମାର ନାୟକ, ଶିଖାରାଣୀ ସରକାର, ଓ ଉମରକୋଟ ପୌରନିର୍ବାହୀ ଅଧିକାରୀ ବନମାଳି ସତପଥି ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ ଅଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀଙ୍କ ଗୀତରେ ଯୁବକ ଯୁବତୀ ଆନନ୍ଦିତ ହୋଇ ନାଚିଥିଲେ
ଉମେରକୋଟ ରୁ ସନ୍ତୋଷ ଦଳାଇ ଙ୍କ ରିପୋର୍ଟ, ଉମେରକୋଟ