ନିର୍ଯାତନାର ଶିକାର ଦାଦନ ଶ୍ରମିକ !ଫେଲ ମାରିଛି ମିଶନ ଉଦ୍ଧାର !ଦାଦନ ଗଡରେ ବେଧଡକ ଚାଲିଛି ଦାଦନ ଚାଲାଣ ।

[ 2/12/2024] : କଣ୍ଟାବାଞ୍ଜି,୦୨/୧୨: ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ୯ ରୁ ଊର୍ଦ୍ଧ୍ବ ଶ୍ରମିକ l ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଥାନା ଅନ୍ତର୍ଗତ ପ୍ରାୟ ୯ ରୁ ଊର୍ଦ୍ଧ୍ବ ଶ୍ରମିକ କଣ୍ଟାବାଞ୍ଜି ର ହିଆଁଲ ପଞ୍ଚାୟତ ଅନ୍ତର୍ଗତ ଖୁଟଲୁମୁଣ୍ଡା ଗ୍ରାମର ଏକ ଫାର୍ମ ରେ
ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ନେଇକି ଯାଇଥିବା ଦାଦନ ଦଲାଲ ବିନାୟକ ହଂସ ସେମାନଙ୍କୁ ଏଠି କାମ ନାହିଁ ଫାର୍ମ ମାଲିକ ତମକୁ ହାଇଦ୍ରାବାଦ ଦାଦନ ଖଟିବାକୁ ଯିବା ପାଇଁ କହିଛନ୍ତି କହି ଶ୍ରମିକ ମାନଙ୍କୁ ଜୋର୍ ଜବରଦସ୍ତି ଅନ୍ୟ ରାଜ୍ୟକୁ ଚାଲାଣ କରିବା ପାଇଁ ପ୍ରୟାସ କରୁଥିଲେ । ଦାଦନ ଦଲାଲ ଏବଂ ତାଙ୍କ କିଛି ସହଯୋଗୀ ମିଶି ଦାଦନ ଶ୍ରମିକ ମାନଙ୍କୁ ମାଡ଼ ମାରିବା ଅଭିଯୋଗ ମଧ୍ୟ ଆସିଛି। ଏହାର ବିରୋଧ କରି ଶ୍ରମିକ ମାନେ ନିଜ ଛୁଆ ମାନଙ୍କୁ ନେଇ କଣ୍ଟାବାଞ୍ଜି ଥାନା ପହଞ୍ଚି ନିଜର ଅଭିଯୋଗ ଜଣାଇଥିଲେ କିନ୍ତୁ ଦାଦନ ଦଲାଲ ବିନାୟକ ହଂସ ଏକ ରାଜନୈତିକ ଦଳ ବିଧାୟକଙ୍କ ସହଜୋଗି ହୋଇ ଥିବାରୁ ତାଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଅନ୍ୟ ରାଜ୍ୟକୁ ବେଆଇନ ଦାଦନ ଚାଲାଣ କରାଯାଇଛି। ହେଲେ ଲୋକ ଦେଖାନିଆ ହିସାବରେ ଏଠି କେବଳ ନାମକୁ ମାମଲା ରୁଜୁ ହୋଇଛି। ଆଖ ପାଖ ଅନ୍ୟ ଥାନା ମାନଙ୍କୁ ଦେଖିବାକୁ ଗଲେ ଦାଦନ ରାଜଧାନୀ କୁହାଯାଉଥିବା କଣ୍ଟାବାଞ୍ଜି ସହରରେ ଥିବା ମୁଖ୍ୟ ଥାନାରେ ଏତେ କାମ ମାମଲା ରୁଜୁ ଏବଂ ଦାଦନ ଶ୍ରମିକ ଉଦ୍ଧାର ଥାନା ଅଧିକାରୀଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରୁଛି। ଆଗକୁ ଦେଖିବାକୁ ରହିଲା ଯେ ଦାଦନ ଦଲାଲ ବିନାୟକ ହଂସ କୁ ଗିରଫ କରାଯାଇଛି ନା ଅନ୍ୟ କାହା ଚାପରେ ତାଙ୍କୁ ଖିଲମ୍ ଖୋଲା ଦାଦନ ଚାଲାଣ କରିବା ପାଇଁ ଛାଡି ଦେଉଛି ପୋଲିସ।
B Patana Negi: କଣ୍ଟାବାଞ୍ଜି ରୁ ଜୁଗଳ କିଶୋର ଶବର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *