



ସ୍ଥାନ -କନ୍ଦାଗାଡ଼
ତା 22-9-26
( କ ବ୍ୟୁ) ଉପଖଣ୍ଡ ପଦ୍ମପୁର (ଫକୀର ଦୀପ ) :
ଆଜି 22-09-26 ରିଖ ସମୟ ସକାଳ ଛ ଟା ସମୟରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ଫିରିଙ୍ଗିମାଲ, ଗୌରନମୁଣ୍ଡା ଓ କଟାବହାଲ ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା କନ୍ଦାଗାଡ଼ ନିବାସୀ ଶ୍ରୀ କାର୍ତ୍ତିକ ବେହେରାଙ୍କୁ ସନ୍ଦେହରେ ଅଭିଯୋଗ କ୍ରମେ ଭିଜିଲାନ୍ସର ଚଢ଼ାଉ ହୋଇଛି l ଅଭିଯୋଗ ମୁତାବକ ଗୁପ୍ତ ସୂତ୍ର ଅନୁସାରେ ଛ ଟି ସ୍ଥାନରେ ଭିଜିଲାନ୍ସ ଏକାକାଳୀନ ଆଜି ସକାଳ ଛ ଘଣ୍ଟା ସମୟରେ ଚଢ଼ାଉ କରିସାରିଛି l ଏହି ଓଡିଶା ଭିଜିଲାନ୍ସ ପକ୍ଷରୁ ପାଞ୍ଚ ଜନ DSP, ଦୁଇ ଜଣ ASI, ଆଠ ଜଣ ଇନିସ୍ପେକଟର ଦାୟିତ୍ୱ ସହକାରେ ତଦନ୍ତ କାର୍ଯ୍ୟ ତୁଲାଉଛନ୍ତି l ତଦନ୍ତ ସୂତ୍ରରୁ ଜଣା ପଡିଛି ଯେ ନିଜ ଗାଁରେ ତାଙ୍କ ନାମରେ ଦୁଇଗୋଟି ବାସଗୃହରେ ଉଚ୍ଚ କୋଟିର ମହଲା ବିଶିଷ୍ଟ ଆବାସିକ ଷ୍ଟୋର ଘର, ଏକ ମାର୍କେଟ କମ୍ପ୍ଲେକ୍ସ, ଉନ୍ନତ ମାନର ଗୋଦାମ ଘର, ଗାଇସିଲଟ ଠାରେ ଚାରି ମହଲା ବିଶିଷ୍ଟ ଏକ ତିଆରି ଚାଲୁଥିବା ବଡ଼ ଘର, ନିଜ ଗାଁରେ ଉନ୍ନତ ମାନର ଵାସ ଘର ଯାହାକି ନିଜ ଅଫିସ ଘର ସଂଲଗ୍ନ, ଓ କଟାବହାଲ ଗ୍ରାମ ପଞ୍ଚାୟତରେ ପି.ଇ.ଓ. ଅଫିସ ବ୍ୟକ୍ତିଗତ ପରିଚାଳନା କରାଯାଉଥିବାର ଜଣା ପଡିଛି l ଏ ସମସ୍ତ ଏକ କାଳୀନ ଚଢ଼ାଉ ହୋଇସାରିଛି ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ଜରି ରହିଛି l ଏହି ସମସ୍ତ ବିବରଣୀକୁ ଆଖି ଆଗରେ ଦେଖି ନିଜ ଆଖିକୁ ବିଶ୍ୱାସ କରି ପାରୁନାହାନ୍ତି କି ଏପରି ଜଣେ ବିଶ୍ୱାସ ଘଟକ ଦେଶରେ ଅଛନ୍ତି l ଏହାର ତଦନ୍ତ ପରେ ପ୍ରଶାସନ କଣ ବିଚାର କରୁଛି, ଜନସାଧାରଣ ଅପେକ୍ଷାରତ l