୧୮ ରୁ କଟକ ଆନ୍ତର୍ଜାତିକ ବାଣିଜ୍ୟମେଳା , ୧୦ ଦେଶ ଓ ୨୨ ରାଜ୍ୟର ବ୍ୟବସାୟୀ ଭାଗ ନେବେ , କାଶ୍ମୀରି ଗୃହୋପକରଣ, ଇରାନୀ ଖଜୁର, ଦୁବାଇ ଅତର ଓ ଭାରତୀୟ ହସ୍ତଶିକ ମୁଖ୍ୟ ଆକର୍ଷଣ

କଟକ ୧୬/୯ : କଟକର ଐତିହାସିକ ବାଲିଯାତ୍ରା ତଳ ପଡ଼ିଆରେ ଚଳିତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି କଟକ-ଆନ୍ତର୍ଜାତିକ ବାଣିଜ୍ୟମେଳା । ଏହା ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଆକର୍ଷଣୀୟ ଏସି ପ୍ୟାଭେଲିୟନରେ ଆୟୋଜିତ ଏହି ବାଣିଜ୍ୟମେଳାରେ ଦେଶ ବିଦେଶରୁ ବହୁ ଉଦ୍ୟୋଗୀ ଓ କାରିଗର ସେମାନଙ୍କର ସାମଗ୍ରୀ ବିପ୍ଳବଟା କରିବେ ଏବଂ ଏମ୍ବମ୍‌ର ବିଭାଗ ପକ୍ଷରୁ ସାରା ଭାରତର ବହୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ମଧ୍ୟ ଯୋଗଦେବେ । ଓଡ଼ିଶା ସମେତ ୨୨ଟି ରାଜ୍ୟର ଅନେକ ପ୍ରତିଷ୍ଠିତ ଉଦ୍ୟୋଗୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ଏଗାର ଦିନର ଏହି ଆନ୍ତଜାର୍ତିକ ବାଣିଜ୍ୟ ମେଳାରେ ୫ ଲକ୍ଷରୁ ଅଧୁକ ପରିଦର୍ଶନ ଯୋଗଦେବେ ବୋଲି ଆଶା କରାଯାଉଛି । ଏହା ପ୍ରତିଦିନ ଅପରାହ୍ନ ୩ଟାରୁ ରାତ୍ରି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ । ଓଡ଼ିଶାର ବିଭିନ୍ନ ପାରମ୍ପାରିକ ଖାଦ୍ୟ ମୁକ୍ତିମାଂସ, କର୍ଣାଟକର ଦୋଷା, ବରା, ଇଡ଼ଲି, ବିରିୟାନୀ, କଟକର ପ୍ରସିଦ୍ଧ ଦହିବରା, ରାଜସ୍ଥାନୀ ଖାଦ୍ୟ ସହିତ ମୁଖ୍ୟ ଆକର୍ଷଣ ହେବ ଚମ୍ପାରନ୍ ମଟନ୍ । ଆୟୋଜକ କଟକ ବୈଶାଖୀ ବାଣିଜ୍ୟ ମେଳା କମିଟି ଓ ଗୁପ୍ତା ଇଭେଟ ମ୍ୟାନେଜମେଟ ପ୍ରା. ଲିମିଟେଡ଼, ପକ୍ଷରୁ ବୁଧବାର ଦିନ ବାରବାଟୀ ଗେଷ୍ଟହାଉସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।
ବାଣିଜ୍ୟମେଳାରେ କାଶ୍ମୀରିର ବିଭିନ୍ନ ସୌଖୀନ ଓ ଘରକରଣା ସାମଗ୍ରୀ, ଆଫଗନସ୍ଥାନର ପ୍ରାୟ ୧୦୦ ପ୍ରକାରର ଶୁଖୁଲାଫଳ, ବାଙ୍ଗଲାଦେଶର କାମଦାନୀ ଶାଢ଼ି, ଇରାନର ସୁସ୍ୱାଦୁ ଖଜୁର, ଅଳଙ୍କାର, ସୁନ୍ଦର କାର୍ପେଟ, ଦୁବାଇର ଅତର ଓ ପୋଷାକ, ଥାଇଲାଣର ଅଳଙ୍କାର ଓ ପୋଷାକ, ଗୋକୋରିଆର ମହିଳାମାନଙ୍କ ସାମଗ୍ରୀ, ମ୍ୟାଲେସିଆ ଓ ସଙ୍ଗାପୁରର ଫାଉଟେନ ଏହି ଏସ ବ୍ୟଙ୍ଗର ୩୦ରେ ଗୁଡ ପାଇବ । ସେହିଭଳି ଓଡ଼ିଶାର ପାରମ୍ପାରିକ ହସ୍ତଶିଳ୍ପୀମାନଙ୍କ ବିଭିନ୍ନ ସାମଗ୍ରୀ ଭାଗଲପୁର, ପଞ୍ଜାଦ, ବନାରସ ଓ ଜୟପୁରର ବିଭିନ୍ନ ପାରମ୍ପାରିକ ପୋଷାକ ଓ ଶାଢ଼ି, ପଥର ଓ ମେଟାଲର ଅଳଙ୍କାର, ମାର୍ଚଲ ମୂର୍ତ୍ତି, ଖନ୍ଦିର ପୋଷାକ, ଚମଡ଼ା ପ୍ରସ୍ତୁତ ସାମଗ୍ରୀ ଓ ପୂରାତନ ସାମଗ୍ରୀ ସହିତ ଦିଲ୍ଲୀ, ଉ ରପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମ୍ମୁକାଶ୍ମୀର ରାଜ୍ୟର ବ୍ୟବସାୟାମାନେ ସେମାନଙ୍କ କୁଶଳୀ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହନ୍ତଣିକ ଓ ଦସତରେ ସାମଗ୍ରୀ ଏଠାରେ ବିଲୁପ୍ତ କରିବେ । ଏହି ଆନ୍ତର୍ଜାଚକ ବାଣିଜ୍ୟ ମେଳା ପରିସରରେ ଥିବା ମଂଚରେ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ । କଟକ ଜିଲ୍ଲା ପ୍ରଶାସନ, କମିଶନରେଟ ପୋଲିସ, ଅଗ୍ନିଶମ ବାହିନୀ, କଟକ ମହାନଗର ନିଗମ, ଟାଟା ପାୱର ଓ ଷ୍ଟାଟକୋ ସହଯୋଗରେ ଏହା
ଆୟୋଜନ କରାଯାଉଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ଆୟୋଜିକ ସାମାଦିକ ସମିଳନୀରେ କଟକ ବୈଶାଖୀ ବାଣିଜ୍ୟମେନାର ସଂଯୋଜକ ଦେବୀପ୍ରସାଦ ଦାଶ, ସଂଜୀବ ବେହେରା, ସାମାଦିକ ଶୁଭେନ୍ଦୁ ଭୂମାର ଭୂୟାଁ, କୋଷାଧକ୍ଷ ଦିଲୀପ ସାହୁ, ରମେଶ ଚନ୍ଦ୍ର ସାହୁ,ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *