ଅନୁଗୋଳ ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଭା ଚୟନ : ଉସୁ ଖେଳ ଲାଗି ୨୦୦ ଖେଳାଳି ଅଂଶ ଗ୍ରହଣ

ଅନୁଗୋଳ,ଜିଲ୍ଲା ୮ ବ୍ଲକ୍ ର ସ୍କୁଲ କ୍ରୀଡା ପ୍ରତିଭା ଚୟନ ଅନୁଗୋଳ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସ୍କୁଲ କ୍ରୀଡା ସଂଘ ଓ ଉସୁ ଆସୋସିଏସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକର୍ମ କୁ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ମଧୁସ୍ମିତା ନନ୍ଦ, ସମ୍ମାନିତ ଅତିଥି ଭାବରେ ବ୍ଲକ୍ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ, ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ବୁଜ ଗଡନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ଦେହୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠ ଉପସ୍ଥିତ ଥିଲେ।
କ୍ରୀଡା ଉନ୍ନତି ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ମାନସିକ ଓ ଶାରୀରିକ ର ଉନ୍ନତି ଆଣିବା ରେ ସବୁବେଳେ ପ୍ରୟାସ କରାଯାଉଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରିଣୀ ବତ୍ୟବ୍ୟ ପ୍ରଦାନ କରିଥିଲେ।
ଏହି ଖେଳକୁ ଜିଲ୍ଲା ଉସୁ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଓ ଆନ୍ତର୍ଜାତୀୟ ଉସୁ ଜଜ୍ ଶ୍ରୀ ସୁଶାନ୍ତ ନାଏକ, ମୁଖ୍ୟ ପରିଚାଳନା କରିଥିଲେ ରାଜ୍ୟ ଜଜ୍ ଶ୍ରୀ ବିନୋଦ କୁମାର ନାଏକ, ଶ୍ରୀ ଚିତ୍ତରଞ୍ଜନ ମହନ୍ତ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ।
ଏଥି ସହିତ ଉସୁ ଆସୋସନ ର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, କାର୍ଯକାରୀ ସଭାପତି ଶ୍ରୀ ଦିନେଶ ପ୍ରଧାନ, ଦୋଳଗୋବିନ୍ଦ ଦଳେଇ,ତପନ କୁମାର ସାମଲ ଏହି କ୍ରୀଡା ପ୍ରତିଭା ଚୟନ ଆଗାମୀ ରାଜ୍ୟ ସ୍ତରୀୟ ରେ କିପରି ଭଲ ପ୍ରଦର୍ଶନ କରିବେ ସବୁ ଖେଳାଳି ମାନଙ୍କୁ ପ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *