
କଟକ, ୧୬/୯ : ସ୍ଥାନୀୟ ତୁଳସୀପୁରସ୍ଥିତ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ପକ୍ଷରୁ ଭାରତର ପ୍ରସିଦ୍ଧ ଯନ୍ତ୍ରୀ ସାର୍ ଏମ୍. ବିଶ୍ବେସୁରିୟାଙ୍କ ଜନ୍ମତିଥି ଅବସରରେ ଯନ୍ତ୍ରୀ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ସାମଲ ଯୋଗଦେଇ ଦେଶ ଗଠନରେ ଯନ୍ତ୍ରୀମାନଙ୍କ ଭୂମିକା, କର୍ତ୍ତବ୍ୟବୋଧ ଓ ଦାୟିତ୍ୱବୋଧ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ବିରଞ୍ଚି ନାରାୟଣ ମିଶ୍ର, ପ୍ରଫେସର ଡାକ୍ତର ସରୋଜ କୁମାର ଦାଶ ଓ ଇଂ. ସୁଶିଲ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଓ୍ବାଟକୋର ନିର୍ବାହୀ ଯନ୍ତ୍ରୀ ଦୟାନିଧି ବେହେରାଙ୍କୁ ଚଳିତ ବର୍ଷର ‘ବିଶ୍ବେସୁରିୟା’ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ପାଇପ୍ ଜଳ କର୍ମଚାରୀ ସଂଘର ଉପଦେଷ୍ଟା ମନୋଜ ମହାନ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଦସ୍ୟ ଇଂ. ଜର୍ଜ ପଟ୍ଟନାୟକ, ଶ୍ୟାମସୁନ୍ଦର ଟୁଡୁ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ମୋନାଲିସା ବଳ, ଲକି କୁମାର ମାତ୍, ପୂର୍ଣ୍ଣଚନ୍ଦ୍ର ବେହେରା ଓ ସାଗରିକା ଦାସଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଇଂ. ଧୃବ ଚରଣ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।