ଲଗାଣ ବର୍ଷା ଓ ଜଳ ନିଷ୍କାସନ ପଥ ଅବରୋଧ ଯୋଗୁ ଗଜା ଧାନ ତଳି ପଚିଗଲା, ଚାଷ କାମ ବାଧାପ୍ରାପ୍ତ

ଚଣ୍ଡୀଖୋଲ ୨୭/୭ (କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା) ବିଳମ୍ୱିତ ମୌସୁମୀ ବର୍ଷା ଯୋଗୁ ଚାଷ କାର୍ଯ୍ୟ ରେ ବିଳମ୍ୱ ହୋଇଥଲା। ଫଳରେ ଚାଷୀ ମାନେ ଡେରିରେ ଧାନ ବୁଣିବା ଓ ଧାନ ତଳି ପକାଇବା ବିଳମ୍ୱିତ ହୋଇଥଲା। ପରେ ବର୍ଷା ହେବା ଫଳରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଲଗାଣ ବର୍ଷା ଓ ଜଳ ନିଷ୍କାସନ ପଥ ଅବରୋଧ ଯୋଗୁ ଦୀର୍ଘଦିନ ଧରି ଚାଷ ଜମି ରେ ବର୍ଷାଜଳ ବୁଡି ରହିବା ଫଳରେ ଧାନ ତଳି ପଚିଯିବା ଯାଇ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଥିବା ଜଳ ନିଷ୍କାସନ ପଥ ଅବରୋଧ ଓ ଡ୍ରେନେଜ ନିର୍ମାଣରେ ତୃଟି ଯୋଗୁ ଚାଷି ମାନେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଚଣ୍ଡିଖୋଲ ଛକ ଠାରୁ ଛତିଆ ପର୍ଯ୍ୟନ୍ତ ୧୬ନମ୍ବର ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵରେ ଥିବା ଚାଷ ଜମି ଗୁଡ଼ିକ ଜଳମଗ୍ନ ହୋଇ ଧାନ ଫସଲ ନଷ୍ଟ ହେଉଛି। ବେସରକାରୀ ଭାବେ ନିର୍ମାଣ ହୋଇଥିବା ଘର ନିର୍ମାଣ ସମୟରେ ଡ୍ରେନେଜ୍ ନିର୍ମାଣ ନ କରି ସରକାରୀ ଜମି ଜବରଦଖଲ କରି ରାସ୍ତା ନିର୍ମାଣ କରିବା ଫଳରେ ଏପରି ଅସୁବିଧା ହେଉଛି ବୋଲି ଜଣା ଯାଇଛି। ବିଶେଷ କରି ସୁଙ୍ଗୁଡା, ଧାନ ମଣ୍ଡଳ,ବଡଚଣା, ବନ୍ଦାଳ ଛତିଆ ଗ୍ରାମ ପଞ୍ଚାୟତ ଚାଷି ମାନେ ଏହି ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏ ସଂପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜଳ ସେଚନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଚାଷି ମାନେ ଆନ୍ଦୋଳନ କରିବେ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *