

ଚଣ୍ଡିଖୋଲ ,୨୭/୭(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା) ଯାଜପୁର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ଉମାକାନ୍ତ ମହାପାତ୍ର ଙ୍କ ୮୭ତମ ଜୟନ୍ତୀ ଉତ୍ସବ ଆଗାମୀ ଅଗଷ୍ଟ ୯ତାରିଖରେ ଚଣ୍ଡିଖୋଲ ସ୍ଥିତ ଡିୟୁ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଟିତ ହେବ। ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନାକର ନାୟକ ଙ୍କୁ ଉମାକାନ୍ତ ମହାପାତ୍ର ସ୍ମୃତି ପୁରସ୍କାର ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ସାମଲ ଙ୍କୁ ଉମାକାନ୍ତ ମହାପାତ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯିବ ନିଷ୍ପତି ଗ୍ରହଣ କରାଯାଇଛି। ଏଥି ସହିତ ବଡଚଣା ବ୍ଲକ୍ ଓ ଧର୍ମଶାଳା ବ୍ଲକ୍ ର ୪୧ଟି ବିଦ୍ୟାଳୟରେ ଅନୁଷ୍ଟିତ ହୋଇଥିବା ଚିତ୍ରାଙ୍କନ,ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ଉମାକାନ୍ତ ସ୍ମୃତି ସଂସଦର ମୁଖପତ୍ର “ଉମାୟନ” ଉନ୍ମୋଚନ କରାଯିବ ବୋଲି ସ୍ମୃତି ସଂସଦର ସମ୍ପାଦକ ଡ ପ୍ରିୟନାଥ ମହାପାତ୍ର ସୂଚନା ଦେଇ ଛନ୍ତି।