ନିଖୋଜ ଦୁଇ ଆଦିବାସୀ ବାଳକ ବଡ଼ଚଣା ନିର୍ବାଚନ ମଣ୍ଡଳୀର ବୈରୀ ପୁଲିସ ଦ୍ବାରା ଉଦ୍ଧାର

ଚଣ୍ଡିଖୋଲ ୨୬/୭(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା):

 ଗତ ମାସ ୨୫ତାରିଖ ରୁ ବୈରୀ ଥାନା ଅନ୍ତର୍ଗତ ସୋଲର ଏରସମା ସାହିରୁ ଦୁଇ ଜଣ ଆଦବାସୀ ପିଲା ରାଜୁ ସଏ (୧୦)ପିତା -କେନିଆ ସଏ ଏବଂ ବିଷ୍ଣୁ ବଦ୍ରା(୧୪)ପିତା -ବୁଦ୍ଧିଆ ବଦ୍ରା, ସ୍ଥାନୀୟ ବୈରୀ ରେଳ ଷ୍ଟେସନ୍ ରେ ଛିଡା ହୋଇ ଥିବା ଏକ ଯାତ୍ରୀବାହୀ ରେଳ ଗାଡି ରେ ଖେଳୁ ଖେଳୁ ଗାଡି ଟି ଷ୍ଟେସନ ଛାଡ଼ି ଦେଇଥିବାରୁ ସେମାନେଟ୍ରେନ ରୁ ଓଲ୍ହାଇ ନ ପାରି  ଯାଇକି ବିଶାଖାପାଟଣା ଷ୍ଟେସନ ରେ ପହଞ୍ଚିଥିଲେ । ସେଠାରେଷ୍ଟେସନ ରେ  ରେଳବାଇ ପୋଲିସ ସେମାନଙ୍କୁଉଦ୍ଧାର କରି  ଏକ ସରକାରୀ ଶିଶୁ ଆଶ୍ରୟସ୍ଥଳୀ ରେ ରଖିଥିଲେ । ପିଲା ଦୁହିଁଙ୍କ ପରି ବାରପାଖରୁ  ଅଭିଯୋଗ ପାଇବା ପରେ ବୈରୀ ପୋଲିସ ତରଫରୁ୧୬୨/୨୬ଓ ୧୬୬/୨୬ଦୁଇଟି ନିଖୋଜ ମାମଲା ରୁଜୁ କରିତଦନ୍ତ କରି ପୋଲିସ ଛତିଆ ବିଟ ହାଉସ ଅଧିକାରୀ ସରୋଜ ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ  ଅନୁସନ୍ଧାନ ଜାରି ରଖି ତଥ୍ୟ ସଂଗ୍ରହ କରି ବିଶାଖାପାଟଣା  ସେଠାକୁ ଯାଇ ପିଲା ଦୁଇଟିକୁ ଆଣି ଆଜି କୋର୍ଟ ରେ ହାଜର କରାଇ ତାଙ୍କ ଆତ୍ମୀୟ ତଥା ପରିବାରକୁ ଜିମା ଦେଇଛନ୍ତି  । ଶୋଲର ପଞ୍ଚାୟତ ପୁର୍ବତନ ସରପଞ୍ଚ ନିଳମଣି ରାଉତ୍ ବୈରୀ ଥାନାରେ ପହଞ୍ଚି ପିଲା ଦୁହିଁଙ୍କୁ ସଂପୃକ୍ତ ପରିବାରଲୋକଙ୍କୁ  କୁ ହସ୍ତାନ୍ତର କରିବା ସହିତ ବୈରୀ ପୁଲିସଅଧିକାରୀ ରଂଜିତ ମହାନ୍ତି  ଓ ଛତିଆ ବିଟ୍ ହାଉସ୍ ଅଧିକାରୀ ସରୋଜ ବେହେରା ପୁଲିସ କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *