ରୁମାଲ

ଏଇ ତ ମିତ୍ର
ମୁଖରୁ ଯିଏ ପୋଛିଦିଏ ସ୍ବେଦ
ନେତ୍ରରୁ ଯିଏ ପୋଛିଦିଏ ଲୋତକ,
ଶରୀର ହେଲେ ଧୂଳି ଧୂସରିତ
କରୁଥାଏ ବାରମ୍ବାର ପରିଷ୍କାର ପରିଚ୍ଛନ୍ନ ।

ଖାଲି କ’ଣ ପୋଛିଦିଏ….
ଦେହରୁ ଧୂଳି ଅବା ସ୍ବେଦ
ନୟନରୁ ଯନ୍ତ୍ରଣା ଲୋତକ,
ନିଜେ ପିଇଯାଏ ସବୁ ଦୁଃଖ
ସବୁ ଯନ୍ତ୍ରଣା କାତର,
ସେଥିପାଇଁ ତ ମୁଁ ତାକୁ
କରୁଥାଏ ଆଲିଙ୍ଗନ
ଢାଳୁଥାଏ ତା’ ଦେହେ ଅତର ।

ବେଳେବେଳେ ଭାବୁଥାଏ ରେ ରୁମାଲ
ତୁ ପାଇଯାଆନ୍ତୁ କି ଜୀବଦାନ
ଦୁର୍ଘଟଣାରେ ଅନବରତ
ମୁଁ ମରିଯାଉଥିବାବେଳେ
ତୁ ମିଶେଇ ଦିଅନ୍ତୁ ରକତ
ଆମ ସଂପର୍କ ଜନ୍ମ ଜନ୍ମାନ୍ତର
ହୋଇଯାଆନ୍ତା ସରସ ସୁନ୍ଦର ଘନିଷ୍ଠ ■|

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *