ଜାତୀୟ ପତାକା ଦିବସ National Flag Day ଜୁଲାଇ ୨୨ ତାରିଖ ✍️ 22nd July

ପ୍ରତ୍ୟେକ ଦେଶର ଜାତୀୟ ପତାକା
ମାନ୍ଯ ଚିହ୍ନ ଅବଧାର୍ଯ୍ଯ,
ଭାରତବର୍ଷର ତ୍ରିରଙ୍ଗା ମଧ୍ଯରେ
କମଳା ଧଳା ସବୁଜ ।

କମଳା ରଙ୍ଗର ସଂକେତ ଉତ୍ସାହ
ଅଧ୍ୟାତ୍ମ୍ୟ ତ୍ଯାଗ ମଞ୍ଜୁଳ,
ଧଳା ରଙ୍ଗ ଶୋଭେ ସତ୍ଯ ଶାନ୍ତି ମଧ୍ଯେ
ଅଶୋକଚକ୍ର ଯେ’ ନୀଳ ।

ଚକ୍ରର ସଂଜ୍ଞାନ ଭବ୍ଯ ଧର୍ମ-କର୍ମ
ମଣ୍ଡନେ ଅର ଚବିଶ,
ସବୁଜ ରଙ୍ଗର ପ୍ରତୀକ ଉର୍ବର
ସାଥେ ପ୍ରଗତି ବିଶ୍ବାସ ।

ପତାକା ଆକାର ଲମ୍ବ ପ୍ରସ୍ତ କ୍ରମ
ତିନି ଦ୍ବିଗୁଣ ବିଶିଷ୍ଟ,
ଚବିଶ ଅରର ଚବିଶ ସଂକେତ
କରୁଣା ସାଧୁତା ଶିଷ୍ଟ ।

ଶୃଙ୍ଖଳା କର୍ତ୍ତବ୍ଯ ମାନବିକତା ଓ
ଅହିଂସା ନିଃସ୍ବାର୍ଥପର,
ଧୈର୍ଯ୍ଯ ବିଶ୍ୱସ୍ତତା ପ୍ରେମ ଓ ମମତା
ସୃର୍ଜେ ଚବିଶ ପ୍ରକାର ।

ଊନବିଂଶ ଶତ ଶତ୍ଚାଳିଶ ସନ
ଜୁଲାଇ ବାଇଶ ଦିନ,
ଏମନ୍ତ ପତାକା ଭାରତମାତାର
ସର୍ବ ମାନ୍ଯରେ ଗଠନ ।

ଭାରତ ସ୍ବାଧୀନ ଆଭାସେ ରଚନ
ଜାତୀୟ-ପତାକା ଶୁଭ,
ଜାତୀୟ-ସଂହତି ପ୍ରଗତି ବିକାଶେ
ବିଧାନ ଦେଶ ଗୌରବ ।

ଜାତୀୟ ଉତ୍ସବେ ତ୍ରିରଙ୍ଗା ପତାକା
ଉତ୍ତୋଳନ ସୁଶୋଭନ,
ସର୍କାରୀ ଦପ୍ତରେ ସଦା ଉଡ଼ୁଥାଏ
ରାଷ୍ଟ୍ରୀୟ ସଂକେତ ମାନ୍ଯ ।

ଜାତୀୟ-ପତାକା ଦିବସ ପାଳନ
ଶୁଭ ଜୁଲାଇ ବାଇଶ,
ଶୁଭେଚ୍ଛା ଜ୍ଞାପନେ ପ୍ରୀତି ସମ୍ଭାଷଣେ
କବି ଶମ୍ଭୁନାଥ ଦାସ ।🌹

ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର-୭୫୫୦୧୧/

Leave a Reply

Your email address will not be published. Required fields are marked *