ପ୍ରଭୁ ଶ୍ରୀ ମହାବିନାୟକ ଙ୍କ ପାଦ ଦେଶରେ ଅବସ୍ଥିତ  ଖଣ୍ଡିଆବନ୍ଧ ଗ୍ରାମରେ ରଥଯାତ୍ରା

ଚଣ୍ଡିଖୋଲ ତା ,୧୭/୭ ( କ ବ୍ୟୁ )(ପ୍ରଶାନ୍ତ କୁମାର ଜେନା) : ବଡଚଣା ବ୍ଲକ୍ ଅନ୍ତର୍ଗତ ବାରୁଣବନ୍ତ ପର୍ବତର ପାଦ ଦେଶରେ ଭୂଷଣ୍ଡ ପୁର ପଂଚାୟତର ଖଣ୍ଡିଆବନ୍ଧ ଗ୍ରାମ । ସେଠାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ଦୀର୍ଘ ବର୍ଷ ପୂର୍ବରୁ କରାଯାଇ ଥାଏ। ପ୍ରତ୍ୟେକ ବର୍ଷ ଶ୍ରୀ ଗୁଣ୍ଡିଚା ତିଥିରେ ମହା ସମାରୋହରେ ରଥଯାତ୍ରା ଉତ୍ସବ ସମ୍ପନ୍ନ ହୋଇଥାଏ। ଚଳିତ ମାସ ଶ୍ରୀ ଗୁଣ୍ଡିଚା ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଦେବଜୀଉ, ମା ସୁଭଦ୍ରା, ପ୍ରଭୁ ସୁଦର୍ଶନ ଙ୍କୁ ଏକ ସୁଶୋଜିତ ରଥରେ ରଥରୁଡ କରାଯାଇଥିଲା।ପ୍ରଧାନ ସେବକ ପ୍ରକାଶ ସାହୁ ଛେରା ପହଁରା କରିଥିଲେ। ବ୍ରାହ୍ମଣ ପଣ୍ଡିତ ବିଜୟ କୁମାର୍ କର, ସନ୍ତୋଷ କୁମାର ପାଢ଼ୀ ଠାକୁରଙ୍କୁ ଫୁଲମାଳ, ତୁଳସୀ ମାଳ ପିନ୍ଧାଇ, ଚନ୍ଦନ ଲଗାଇ ପୂଜାର୍ଚ୍ଚନା କରିଥିଲେ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହିଳା ଓ ଭକ୍ତ ମାନେ ରଥ ଦଉ ଡା ଟାଣି ମାଉସୀମା ମନ୍ଦିର ନିକଟରେ ପହଞ୍ଚାଇ ଥିଲେ, ରଥ ଯିବା ସମୟରେ ପ୍ରଭୁଙ୍କର ଜୟ ଗାନ, ହରିବୋଲ, ହୁଳହୁଳି ପକାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ଭକ୍ତ ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଏହି ରଥଯାତ୍ରା ଉତ୍ସବ ପାଳନ ପାଈଁ ଶ୍ରୀ ଜଗନ୍ନାଥ ସେବକ ପ୍ରକାଶ ସାହୁ, ଶିକ୍ଷାବିତ ବିନାୟକ ପଣ୍ଡା, ଚନ୍ଦନ କୁମାର ନାୟକ , ଚିତ୍ତରଞ୍ଜନ ମହାପାତ୍ର, ଭାରତ ଭୁଷଣ ପଣ୍ଡା, ଧନେଶ୍ଵର ସ୍ୱାଇଁ,ଅଭୟ କୁମାର ସାମଲ,  ପରିବେଶବିତ ଶ୍ରୀନିବାସ ଜେନା, ସମ୍ପଦ ସାହାଣୀ,  ମୁସୁଲ ହାଁସଦା, ସମିତି ସଭ୍ୟ ଜଗନ୍ନାଥ ମୁଦୁଲି, ଉମେଶ ଚନ୍ଦ୍ର ସାହୁ, ଦେବେନ୍ଦ୍ର କୁମାର ମହାନ୍ତି , ଅନନ୍ତ କୁମାର୍ ଦାସ, ବଳରାମ ନାୟକ, ନିରଞ୍ଜନ ଜେନା,ରାଜକିଶୋର ପ୍ରଧାନ, ହେମନ୍ତ କୁମାର ସାମଲ,, ଶରତ ଚନ୍ଦ୍ର ସାମଲ, ଅକ୍ଷୟ ରାଉତ, ସୁମିଟ ପଟ୍ଟନାୟକ, ସୁବ୍ରତ ପାଲ,ପୁରୁଷୋତ୍ତମ ସାହୁ,ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇଥିଲେ। ରଥ ସମ୍ମୁଖରେ ଭଜନ, କୀର୍ତ୍ତନ, ସଙ୍ଗୀତ, ନୃତ୍ୟ ପରିବେଷଣକରି ଥିଲେ।।ହରଣଟିକି ରି ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ରଥ ସମ୍ମୁଖରେ ସଙ୍କୀର୍ତ୍ତନ କରି ଚାଲିଥିଲେ।ମହାପ୍ରଭୁ ଭକ୍ତ ବତ୍ସଲ୍ ଶ୍ରୀ ଜଗନ୍ନାଥ ଯେଉଁ ୯ଦିନ ମାଉସୀମା ମନ୍ଦିର ରେ ରହି ଦର୍ଶନ ଦେବେ ସେଠାରେ ପ୍ରତିଦିନ ଭଜନ ସନ୍ଧ୍ୟା, ସଙ୍ଗୀତ ସମାରୋହ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ସେବକ ପ୍ରକାଶ ସାହୁ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *