ଜନତା ହାଇସ୍କୁଲରେ ଗଠନହେଲା ଏସଏମସି କମିଟି

ଚଣ୍ଡିଖୋଲ,୧୭/୭,(କ.ପ୍ର)(ପ୍ରଶାନ୍ତ କୁମାର ଜେନା): ବଡ଼ଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ

 ବନ୍ତଳାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ଏସଏମସି କମିଟି ଆଜି ବିଦ୍ୟାଳୟ ପରିସରରେ ଆନୁଷ୍ଟାନିକ ଭାବେ ଗଠନ କରାଯାଇଛି l ପଞ୍ଚଶଖା ସେତୁ କମିଟିର ସଭାପତି ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଏସଏମସି କମିଟର ନୂତନ ସଭାପତି ଭାବେ ଡମ୍ବରୁଧର ମହାରଣା ସର୍ବସମ୍ମତି କ୍ରମେ ନିର୍ବାଚନ ହୋଇଥିବା ବେଳେ ଉପସଭାପତି ଭାବେ ସଙ୍ଘମିତ୍ରା ଜେନା ମଧ୍ୟ ସର୍ବସମ୍ମତି କ୍ରମେ ନିର୍ବାଚନ ହୋଇଥିଲେ l ଏହାକୁ ସମସ୍ତ 15 ଜଣ ସଭ୍ୟ ସମର୍ଥନ କରିଥିଲେ l ଏହି ବୈଠକରେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ନାୟକ, ଅଭୟ କୁମାର ମହାପାତ୍ର, ହିମାଂଶୁଶେଖର ରାଉତ, ଶରତ ସେଠୀ, ଲଲାଟେନ୍ଦୁ ମହାପାତ୍ର, ପଞ୍ଚସଖା ସେତୁ ସମ୍ପାଦକ ପ୍ରତାପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ l ନବନିର୍ବାଚିତ ସଭାପତି ଶ୍ରୀ ମହାରଣା ନିଜ ବକ୍ତବ୍ୟରେ କହିଥିଲେ କି ପ୍ରଥମେ ବିଦ୍ୟାଳୟରେ କିପରି ସଠିକ ପାଠପଢା ହୋଇପାରିବ ଏବଂ ବିଶେଷ କରି ମଧ୍ୟାହ୍ନ ଭୋଜନ ଉପରେ ଅଧିକ ଗୁରୁତ୍ୱ ଦେବା ସହିତ ସ୍କୁଲରେ ସୁବର୍ଣ୍ଣ ଜୟନ୍ତୀ କିପରି ପାଳନ କରାଯିବ ଆଗାମୀଦିନରେ ଆଲୋଚନା କରାଯିବ ବୋଲି କହିଥିଲେ l

Leave a Reply

Your email address will not be published. Required fields are marked *