
ଧର୍ମଶାଳା : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦମପାଳ ଗ୍ରାମରେ ପବିତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଧୂମଧାମ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି।
ପାରମ୍ପରିକ ରୀତିନୀତି ପୂଜାର୍ଚ୍ଚନା ପରେ ସୁସଜ୍ଜିତ ରଥରେ ବିଜେ କରାଯାଇଥିଲା। “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣି ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ।
ଏହି ପବିତ୍ର ଉତ୍ସବରେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ତାଙ୍କ ଉପସ୍ଥିତି ଉତ୍ସବର ଗରିମାକୁ ଆହୁରି ବୃଦ୍ଧି କରିଥିଲା।
ରଥଯାତ୍ରାର ସୁପରିଚାଳନା ପାଇଁ ଆୟୋଜକ କମିଟି ଓ ସ୍ୱେଚ୍ଛାସେବୀମାନେ ସୁରକ୍ଷା, ଶୃଙ୍ଖଳା ଏବଂ ଭକ୍ତମାନଙ୍କ ସୁବିଧା ପାଇଁ ପ୍ରଶଂସନୀୟ ବ୍ୟବସ୍ଥା କରିଥିଲେ।