ଛତିଆ ସପନପୁର ଗାଁ ରାସ୍ତାରେ ଆଣ୍ଠୁଏ ପାଣି, ସ୍କୁଲ ପିଲା ଓ ଲୋକେ ହନ୍ତସନ୍ତ।

ଚଣ୍ଡିଖୋଲ ୬/୭(କ ପ୍ର) ତିନି ଚାରି ଦିନ ହେଲା ଲଗାଣ ବର୍ଷା ପାଇଁ ଚମ୍ପାପୁର ପଞ୍ଚାୟତ ଚମ୍ପାପୁର ଛତିଆ ଗ୍ରାମଉନୟନ ରାସ୍ତା ର ସପନପୁର ଓ ଚମ୍ପାପୁର ଗ୍ରାମର ରାସ୍ତା ରେ ପାଣି ଜମିଯାଇଛି। ଉକ୍ତ ରାସ୍ତା ନିର୍ମାଣ ସମୟରେ ଠିକାଦାର ସ୍ଥାନୀୟ ସମସ୍ୟା କୁ ନ ଶୁଣି ନିଜର ଇଚ୍ଛାରେ କାମ କରିଥିବାରୁ ବିଭିନ୍ନ ସ୍ଥାନରେ ଖାଲ ମାନ କରିଥିବାରୁ ଅସଡାଇ ବର୍ଷା ରେ ରାସ୍ତା ରେ ପାଣି ଜମିରହୁଛି। ଏହିରାସ୍ତାରେ ସପନପୁର ସ୍କୁଲ ର ପିଲା ଓ ଚମ୍ପାପୁର ହାଟକୁ ବ୍ୟବସାୟୀ ମାନେ ଯାତାୟତ କରିଥାନ୍ତି। ଚଳିତ ଲଘୁଚାପ ଜନିତ ଲଗାତାର ବର୍ଷରେ ରାସ୍ତା ରେ ପାଣି ଜମିରହିଛି। ଫଳରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଅଂଚଳ ଲୋକଙ୍କ ପାଈଁ ଘୋର ସମସ୍ୟା ସୃଷ୍ଟି ହୋଇଛି। ତୁରନ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ର ମରାମତି କରିବାକୁ ସାଧାରଣ ରେ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *