
ଚଣ୍ଡିଖୋଲ ୭/୭(କ ବ୍ୟୁ) : ନିଜର ବିବାହ ବାର୍ଷିକୀ କୁ ସ୍ମରଣୀୟ କରିବା ପାଇଁ କିଏ କେତେ ତରିକା ଆପଣାଉଛନ୍ତି। କିଏ ଭୋଜିଭାତ ର ଆୟୋଜନ କରୁଛି ତ କିଏ ଗୀତ ନୃତ୍ୟ, କିଏ ବୃକ୍ଷ ରୋପଣ, ଜରାଶ୍ରମ , ବୃଦ୍ଧାଶ୍ରମ, ଅନାଥ ଆଶ୍ରମରେ ନିଜର ବିବାହ ବାର୍ଷିକୀ ପାଳନ କରନ୍ତି। ମାତ୍ର ଏହାଠାରୁ ଦୂରରେ ରହି ଜାରକା ନିବାସୀ ପାଟରା ପାରିବାର ଆମେ ସବୁ ପାଟରା ସଙ୍ଗଠନର ସଭାପତି ପ୍ରଦୀପ କୁମାର ସେଣ୍ଢ ଓ ତାଙ୍କ ଧର୍ମ ପତ୍ନୀ ଲୋପାମୁଦ୍ରା ସେଣ୍ଢ ସୁଦୂର ଜାମ୍ମୁ କାଶ୍ମୀର ବାବା ଅମରନାଥ ପୀଠରେ ନିଜର ବିବାହ ବାର୍ଷିକୀ କୁ ଶ୍ରଦ୍ଧାଳୁ ମାନଙ୍କ ଗହଣରେ ପାଳନ କରିଥିଲେ। ପାଟରା ଦମ୍ପତି ବାବା ଅମରନାଥ ଙ୍କ ଦର୍ଶନ କରି ସେଠାରେ ଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ନୂତନ ବସ୍ତ୍ର ଓ ଶୁଖିଲା ଖାଦ୍ୟପୁଡ଼ିଆ ବଣ୍ଟନ କରିଥିଲେ। ସେଠାରେ ଉପସ୍ଥିତ ଥିବା ବାବା ଅମରନାଥ ଦର୍ଶନାଅଭିଳାସି ଶ୍ରଦ୍ଧାଳୁ ମାନେ ପାଟରା ଦମ୍ପତି ଙ୍କୁ ଆଶ୍ରିବାଦ କରିବା ସହିତ ଏତାଦୃଶ କାର୍ଯ୍ୟର ପ୍ରଶଂସା କରିଥିଲେ।