ଚଣ୍ଡିଖୋଲ କୋର୍ଟ ତାଲୁକ ଆଇନ ସେବା ପକ୍ଷରୁ ବନ ମହୋତ୍ସବ ।

ଚଣ୍ଡିଖୋଲ,୪/୭ : ବନ ମହୋତ୍ସବ ସପ୍ତାହ ପରିପ୍ରେକ୍ଷୀରେ ଚଣ୍ଡିଖୋଲ କୋର୍ଟ ତାଲୁକ ଆଇନ ସେବା କମିଟି ଓ ଡାଳି ଯୋଡ଼ା ବନ୍lଞ୍ଚଳ ଚଣ୍ଡିଖୋଲ ସେକ୍ସନର ମିଳିତ ସହଯୋଗରେ ଖୋସାଲିପୁର  ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ତାଲୁକ  ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଗୋପବନ୍ଧୁ ଗଡନାୟକ , ସବଜଜ ବିଶ୍ଵ ଦୀପକ ସାହୁ, ଜେ.ଏମ. ଏଫ .ସି ସ୍ମୃତି ଅଭିଳାଷା.ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ସଭାପତି ଦେବରାଜ ବେହେରା,ଆଇନଜୀବୀ  ଜ୍ୟୋତି ଶଙ୍କର ମହାପାତ୍ର, ଚଣ୍ଡିଖୋଲ ବନପାଳ କୃଷ୍ନ ଚନ୍ଦ୍ର ଟୁଡୁ, ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ଵାଳ,ସହକାରୀ ଶିକ୍ଷକ ସୁଜାତା ପରମାଣିକ,ସ୍କୁଲ କମିଟି ସଭାପତି ମନ୍ମଥ ଜେନା,ତାଲୁକ ସହାୟକ ସୁବ୍ରତ  ଶ୍ୟାନ୍ତି,ତାରିଣୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାର ଚାରାରୋପଣ କରିଥିଲେ। ଏହି ଅବସରରେ ଶତାଧିକ ଫୁଲ ଫଳ ଓ ପରିବେଶ ଉପଯୋଗି ବୃକ୍ଷ ରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *