ଇସ୍କନର ଅ-ତିଥି ସ୍ନାନଯାତ୍ରା-ରଥଯାତ୍ରା ନେଇ ଗଜପତିଙ୍କ ଅସନ୍ତୋଷ, କର୍ତ୍ତୃପକ୍ଷଙ୍କୁ ପୁଣି ଥରେ ଲେଖିଲେ ଚିଠି

ପୁରୀ ୫।୭(କ ବ୍ୟୁ) : ଇସ୍କନର ଅ-ତିଥି ସ୍ନାନଯାତ୍ରା, ରଥଯାତ୍ରା ପାଳନକୁ ଗଜପତିଙ୍କ ବିରୋଧ । ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅସନ୍ତୋଷ ଜାହିର କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଇସ୍କନର ଗଭର୍ଣ୍ଣିଂ ବଡି କମିଶନକୁ ପୁଣି ଥରେ ଚିଠି ଲେଖିଲେ ଗଜପତି ।

ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରା ଭିନ୍ନ ଭିନ୍ନ ସମୟରେ ହେଉଛି । ତିଥି ଅନୁସାରେ ପାଳନ କରିବା ସହ ଗୋଟିଏ ସମୟରେ କରିବାକୁ ଚିଠି । ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ ସମଗ୍ର ବିଶ୍ବରେ ଗୋଟିଏ ତିଥିରେ ପାଳନ ହେଉ । ତିଥି ବ୍ୟତୀତ ଅନ୍ୟ କୌଣସି ସମୟରେ ଯାତ୍ରା ପାଳନ ଗ୍ରହଣୀୟ ନୁହେଁ । ଜ୍ୟେଷ୍ଠ ପୂର୍ଣ୍ଣିମାରେ ହିଁ ସାରା ବିଶ୍ବର ଇସ୍କନ ମନ୍ଦିର ସ୍ନାନଯାତ୍ରା କରନ୍ତୁ।

ନବଦିନାତ୍ମକ ଯାତ୍ରା ସମୟରେ ରଥଯାତ୍ରା କରିବାକୁ ଗଜପତିଙ୍କ ଅନୁରୋଧ । ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ଠାରୁ ଆରମ୍ଭ ହୁଏ ନବଦିନାତ୍ମକ ଯାତ୍ରା । ୨୦୨୫ରେ ଜିବିସି ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗଜପତି ଅନୁରୋଧ କରିଛନ୍ତି ।(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *