
ଚଣ୍ଡିଖୋଲ,୨/୧ : ଯାଜପୁର ଓଷ୍ଠା ର ପ୍ରାକ୍ତନ ଜିଲ୍ଲା ସଭାପତି ତଥା ଅବସରପ୍ରାପ୍ତ ବଡ଼ଚଣାବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଙ୍କ ଅକାଳ ବିୟୋଗ ସମଗ୍ର ଯାଜପୁର ଜିଲ୍ଲା ତଥା ରାଜ୍ୟ ଓସ୍ଟା ସଂଗଠନ ପାଇଁ ଏକ ଗଭୀର କ୍ଷତ ସୃଷ୍ଟି କରିଛି ।ଶିକ୍ଷକତା ରୁ ପ୍ରଶାସନିକ ଅଧିକାରୀ ଭାବେ ସରକାରୀ ସେବା କ୍ଷେତ୍ରରେ ତାଙ୍କର ନିଷ୍ଠା ଓ ସମର୍ପିତ ମନୋଭାବ ଶିକ୍ଷକ ସମାଜ ପାଇଁ ଏକ ଅଭୁଲା ପଦଚିହ୍ନ ।ବଡ଼ଚଣା ଶିକ୍ଷା ପରିବାର ଓ ଓଷ୍ଠI ତାଙ୍କ ବିୟୋଗ ରେ ଏକ ଶୋକ ସଭା ଅଭାସି ମାଧ୍ୟମରେ କରି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ସ୍ମୃତି ଓ ଦକ୍ଷତା ସମ୍ପର୍କରେ ଆଲୋକପାତ କରାଯାଇଥିଲା ।ସଭାପତି ସୁବାସ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ପାଦକ ସତ୍ୟବାଦୀ ପଣ୍ଡା ,ସଙ୍ଘର ସମସ୍ତ କର୍ମକର୍ତ୍ତା ନିର୍ମଳ ଦଳାଇ,ନିଝୁମ ମହାନ୍ତି,ଲକ୍ଷ୍ମୀଧର ରାଉତ,ମାନସ ବେହେରା,ବସନ୍ତ ପ୍ରଧାନ,ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ଵାଳ,ଉପଦ୍ଦେଷ୍ଠା ଡ,ଭଗ୍ୟଧର ସାହୁ,ରାମଚନ୍ଦ୍ର ସାମଲ,ଡ,ସୁଧୀର ସାମଲ,ଅଜିତ ମହାନ୍ତି,ଦୟାନିଧି ସାମଲ,ଲକ୍ଷ୍ମୀଧର ରାଉତ। ବିଶ୍ୱଜିତ୍ କାନୁନଗୋ ସ୍ମୃତି ରଞ୍ଜନ ଆଚାର୍ଯ୍ୟ , ସୁରେଶ ଚନ୍ଦ୍ର ଖିଲାର ,ପ୍ରମୁଖ ପ୍ରଫୁଲ୍ଲ ସାର ଙ୍କ ଜୀବନ ଓ ପରାକାଷ୍ଠା ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।