ବିଶିଷ୍ଟ କ୍ରୀଡାବିତ୍ ଉମାକାନ୍ତ ରାଉତ ଙ୍କ ବିୟୋଗ।

ଚଣ୍ଡିଖୋଲ ୧/୭ : ବଡଚଣା ବ୍ଲକ୍ ଅନ୍ତର୍ଗତ ବାରିମୂଳ ଗ୍ରାମର ବିଶିଷ୍ଟ କ୍ରୀଡାବିତ୍ ଉମାକାନ୍ତ ରାଉତ (୬୧) ଙ୍କର ହୃଦଘାତରେ ପରଲୋକ ଘଟିଛି। ଯାଜପୁର ଜିଲ୍ଲାର ଜଣେ ବରିଷ୍ଠ ଫୁଟବଲ୍ ଖେଳାଳୀ, କ୍ରୀଡା ସଂଗଠକ, କ୍ରୀଡା ପ୍ରେମୀ, ମହିଳା ଫୁଟବଲ୍ ଖେଳର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି। କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ସହିତ ଲୁକ୍କାଇତ କ୍ରୀଡା ପ୍ରତିଭା ଗୁଡ଼ିକୁ ଲୋକଲୋଚନକୁ ଆଣିବା ରେ ତାଙ୍କର ବିଶେଷ ଭୂମିକା ଥିଲା। ତାଙ୍କ ବିୟୋଗରେ ଆଜି ଚଣ୍ଡିଖୋଲ ସ୍ପୋର୍ଟସ ଆଣ୍ଡ କଲ୍ଚରାଲ ଆସୋସିଏସନ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଦେବରଞ୍ଜନ ସ୍ବାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପୂର୍ବତନ ସଭାପତି ଶ୍ରୀପତି ଜେନା,ପ୍ରାକ୍ତନ ଉପ ସଭାପତି ପ୍ରସନ୍ନ କୁମାର ବିଶ୍ବାଳ, ବିଶ୍ୱଜିତ୍ ରାଉତ, ମନୋଜ୍ କୁମାର ସାହୁ, ଅନନ୍ତ ସ୍ଵାଇଁ ସେକ୍ ସବୋ, ବିନୋଦ ଟ୍ୟାକ୍ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଉମାକାନ୍ତ ରାଉତ ଙ୍କ ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *