
କଟକ ୨/୭- କଟକ ମହାନଗର ନିଗମ ଅନ୍ତର୍ଗତ ୨୮ ନମ୍ବର ୱାର୍ଡର ବଙ୍ଗାଳି ସାହି ପୂଜା କମିଟି ପରିସରରେ ଏକ ନୂତନ ଗୋଷ୍ଠୀ ଗୃହ (କମ୍ୟୁନିଟି ସେଣ୍ଟର) ନିର୍ମାଣ ପାଇଁ ଶୁଭ ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। କଟକ-ବାରବାଟୀ ବିଧାୟିକା ସୋଫିଆ ଫିରଦୋସ କରକମଳରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ବିଧାୟିକାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି (MLA LAD Fund) ଅନୁଦାନରେ ଏହି ଜନହିତକର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ସ୍ଥାନୀୟ ଅଞ୍ଚଳର ବିକାଶ ତଥା ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ଦିଗରେ ଏହି ଗୋଷ୍ଠୀ ଗୃହ ପ୍ରମୁଖ ଭୂମିକା ଗ୍ରହଣ କରିବ। ଶୁଭାରମ୍ଭ ସମୟରେ ବିଧାୟିକାଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବଙ୍ଗାଳି ସାହି ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି ଜନହିତକର କାର୍ଯ୍ୟକୁ ସ୍ବାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ବାନଲତା ପ୍ରଧାନ, ଜ୍ୟୋତି ରଞ୍ଜନ ଘୋଷ, ଲକ୍ଷ୍ମୀ ପ୍ରକାଶ ମହାପାତ୍ର, ଦେବୀ ପ୍ରସନ୍ନ ମହାପାତ୍ର, ଅମ୍ବିକା ଦାସ, ମାନିଆ ଭାଇ, ମିର୍ ମୁଜାଫର୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।