
ରାଜଗାଙ୍ଗପୁର (କା.ବ୍ୟୁ) 13.06.2026 : ଆଜି ସନ୍ଧ୍ୟା ୭:୩୦ ଘଟିକା ସମୟରେ, କଳ୍ପନା ସାହୁ ନାମକ ଜଣେ ଜେନିକ ମହିଳା ରାଜଗାଙ୍ଗପୁରର ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ମୁଖ୍ୟ ଫାଟକ ନିକଟରେ ଥିବା ଅଡିଟୋରିୟମ୍ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ରାଜଗାଙ୍ଗପୁର ପ୍ରଶାସନ ତାଙ୍କୁ ଅଟକାଇ ବୁଝାସୁଝା କରିଥିଲେ,ପ୍ରଶାସନର ବୁଝାସୁଝା ପରେ, କଳ୍ପନା ସାହୁ ଶାନ୍ତ ହୋଇଥିଲେ। କଳ୍ପନା ସାହୁ ଦାବି କରୁଥିଲେ ଯେ ସେ ରହୁଥିବା ପ୍ଲାଣ୍ଟ କ୍ୱାର୍ଟରକୁ ଖାଲି ନକରିବା ଉଚିତ୍। ତାଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ଭବିଷ୍ୟତ ଚିନ୍ତା କରାଯାଉ ସେ ଦାବି କରୁଛନ୍ତି ଯେ ତାଙ୍କୁ ପ୍ଲାଣ୍ଟ ଭିତରେ କିଛି କାମ ଦିଆଯାଉ, ନଚେତ୍ ସେ ଆତ୍ମହତ୍ୟା କରିବେ ସେ ତାଙ୍କ ସହିତ ଏକ ପେଟ୍ରୋଲ ବୋତଲ ମଧ୍ୟ ଆଣିଥିଲେ, ଯାହାକୁ ସେ ନିଜ ଉପରେ ଢାଳି ଦେଇଥିଲେ ଓ ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦଦ୍ୟମ କରିଥିଲେ। । ଏପଟେ ରଜ ପର୍ବ କୁ ନେଇ ଅଡିଟୋରିୟମ୍ ଭିତରେ କାର୍ଯ୍ୟକ୍ରମ ଚାଲୁଥିଲା ଓ ଅଡିଟୋରିୟମ୍ ବାହାରେ ରାସ୍ତାରେ ଲୋକଙ୍କ ଭିଡ଼ ଜମା ହୋଇଥିଲା। ସୂଚନା ଅନୁଯାୟୀ, କଳ୍ପନା ସାହୁଙ୍କ ସ୍ୱାମୀ ଅଶୋକ ପାତ୍ରୋ ଚାରି ବର୍ଷ ପୂର୍ବେ ଡାଲମିଆ ସିମେଣ୍ଟ ଇଣ୍ଡିଆ ଲିମିଟେଡରେ କାମ କରୁଥିଲେ ଏବଂ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଜଗାଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କିଶୋର ଦାସ, ଏଏସଆଇ ଦମୟନ୍ତୀ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ମାମଲାର ଶାନ୍ତ ହୋଇଥିଲା।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )