
କୋରାପୁଟ, ୧୬.0୬.୨୬: ଆଜି କୋରାପୁଟର ଦଶମନ୍ତପୁର ଠାରେ ଜ଼ିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଜନଶୁଣାଣୀ କରିଥିଲେ।
ଶିବିରରେ ମୋଟ ୩୯ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା, ଯେଉଁଥିରେ ୨୫ଟି ଗୋଷ୍ଠୀଗତ ଓ ୧୪ଟି ବ୍ୟକ୍ତିଗତ ଅଭିଯୋଗ ସାମିଲ ଥିଲା। ସେଥିମଧ୍ୟରୁ ୩ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ଏହି ଶିବିରରେ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲଙ୍କ ସମେତ ଜ଼ିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।