ଜାତୀୟ ସିଲେଇ ଯନ୍ତ୍ର ଦିବସ ✍️13th of June ✍️ ଜୁନ ୧୩ ତାରିଖ

ପୋଷାକଠୁ ଥଳି ଟକିଆଠୁ ଗଦି
ସିଲେଇ ଯନ୍ତ୍ରେ ପ୍ରସ୍ତୁତ,
ସିଲେଇ କର୍ମଣ ଲାଭବାନ ଯାହା
ଦରଜି ତାଲିମପ୍ରାପ୍ତ ।

ବିଭିନ୍ନ ରଙ୍ଗର କନା ଓ କପଡ଼ା
ପୋଷାକର ଡିଜାଇନ,
ସିଲେଇ ଯନ୍ତ୍ରରେ ଯୋଡ଼ା-ଯୋଡ଼ି ଲଭେ
ବ୍ଯବହାର ସୁଶୋଭନ ।

ଛୁଞ୍ଚି ଡାମ୍ଫଣରେ ହାତରେ ଅବାଗ
ଯନ୍ତ୍ର-ସିଲେଇ ସୁନ୍ଦର,
ସିଲେଇ ଯନ୍ତ୍ର ଯେ’ ହୋଇଛି ନିର୍ମିତ
ଭିନ୍ନ ଭିନ୍ନ କମ୍ପାନୀର ।

ସତ୍ର ଶହ ନବେ ଖ୍ରୀଷ୍ଟାବ୍ଦେ ଥୋମାସ୍
ସେଣ୍ଟ୍ ବୁଦ୍ଧିମାନ ଲୋକ,
ହେଲେ ଜନପ୍ରିୟ ସିଲେଇ ଯନ୍ତ୍ରର
ଇଂରେଜ ଆବିଷ୍କାରକ ।

ଶିଳ୍ପ ବିପ୍ଳବର ମୁଖ୍ୟାଂଶ ଯେ’ ଯନ୍ତ୍ର
ଯନ୍ତ୍ର ଆବିଷ୍କର୍ତ୍ତା ଧନ୍ଯ,
ଯାହା କ୍ରମାଗତ ଚନ୍ଦ୍ର ସୂର୍ଯ୍ୟାୟନ
ରକେଟ ଯୁଗ ବିଜ୍ଞାନ ।

ଜୁନ ମାସ ତେର ତାରିଖେ ଜାତୀୟ
ସିଲେଇ ଯନ୍ତ୍ର ଦିବସ,
ଯନ୍ତ୍ର ଆବିଷ୍କର୍ତ୍ତା ପ୍ରଣମ୍ୟ ସର୍ବଦା
ବୋଲେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
Sambhunath Das, Chief Editor

Leave a Reply

Your email address will not be published. Required fields are marked *