“ଉଦଳା ପଞ୍ଚାୟତ ସମିତି ତରଫରୁ ବିପର୍ଯୟ ବିପଦ ହ୍ରାସ ପାଇଁ ୭ ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ”

ବାରିପଦା /ଉଦଳା(କ: ବ୍ଯୁ) ତା୧୨/୦୬ /୨୦୨୬ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା ପ୍ରାଧିକରଣ, ଭୁବନେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ବିପର୍ଯୟ ପରିଚାଳନା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଉଦଳା ବ୍ଲକର ଖଲଡି ଗ୍ରାମ ପଞ୍ଚାଯତ ଅଧିନସ୍ଥ ବାଥୁଡି ସଂସ୍କୃତିକ ଭବନ ଏବଂ କୋଚିଲାଡ଼ିହା ଗ୍ରାମ ପଞ୍ଚାଯତ ଅଧୀନସ୍ଥ ସୁଭଦ୍ରା ଶକ୍ତି କେନ୍ଦ୍ର ଠାରେ ବିପର୍ଯୟ ବିପଦ ହ୍ରାସ ଉପରେ ଏକ ଗ୍ରାମ ସ୍ତରୀୟ ୭ ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଚିଲାଡ଼ିହା ଗ୍ରାମପଞ୍ଚାଯତର ସରପଞ୍ଚ ସାରମଣି ହେମ୍ବ୍ରମ ଏବଂ ଖଲାଡ଼ି ପଞ୍ଚାଯତର ସରପଞ୍ଚ ସସ୍ମିତା ବାରିକ ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ଉଦଳା ବ୍ଲକର ବିଡ଼ିଓ ସମରଜିତ କର, ଏବିଡ଼ିଓ ଶରତ କୁମାର ମହାନ୍ତି , ଡ଼ିପିଓ ଜଗବନ୍ଧୁ ମହାନ୍ତି ଏବଂ ଭାର୍ଡ଼ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ ପ୍ରଭା ମଞ୍ଜରି ପଣ୍ଡା ଉପସ୍ଥିତ ଥିଲେ। ଏଥିରେ ଖଲାଡ଼ି ଏବଂ କୋଚିଲାଡ଼ିହା ପଞ୍ଚାଯତ ର ୧୮ ରୁ ୩୫ ବର୍ଷୀୟ ୪୦ ଜଣ ଯୁବକ ଯୁବତୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ। ଗ୍ରାମାଞ୍ଚଳ ରେ ବିପର୍ଯୟ ସମୟରେ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ‌ପାଇଁ ସ୍ଥାନୀୟ ସ୍ଵେଛାସେବୀ ଙ୍କୁ ପ୍ରଶିକ୍ଷିତ କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା। ଭାର୍ଡ଼ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ ପ୍ରଭା ମଞ୍ଜରି ପଣ୍ଡାଙ୍କ ସକ୍ରିୟ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମକୁ ଉଦଳା ବ୍ଲକର ଭାର ପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଭାଗ୍ୟଶ୍ରୀ ନାୟକ ପରିଚାଳନା କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *