ନରେନ୍ଦ୍ର ବାଣ ବିସ୍ଫୋରଣକୁ ୩ ବର୍ଷ ପୂରିବ , ଏ ଯାଏ ପୁରୀରେ ଖୋଲିଲାନି ବର୍ଣ୍ଣ ୟୁନିଟ୍

ପୁରୀ(କ ବ୍ୟୁ) : ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ବର୍ଣ୍ଣ କେୟାର ୟୁନିଟ୍ । ଫଳରେ ପୋଡ଼ାଜଳା ରୋଗୀଙ୍କୁ ଏଠାରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରୁନାହିଁ। ଏଭଳି କୌଣସି ରୋଗୀ ଆସିଲେ ସେମାନଙ୍କୁ କଟକ, ଭୁବନେଶ୍ବର ସ୍ଥାନାନ୍ତର କରୁଛନ୍ତି ଡାକ୍ତର । ପ୍ରାୟ ପ୍ରତିଦିନ ଏହିଭଳି ରୋଗୀଙ୍କୁ ନାକେଦମ୍ ହେବାକୁ ପଡୁଛି। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ ସହର । ଏଠାକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏବଂ ରକ୍ତ ଆସିଥା’ନ୍ତି I ହେଲେ ଏମାନଙ୍କ ସହିତ ସହରବାସୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବାରେ ବିଫଳ ହୋଇଛନ୍ତି ସରକାର । ବିଭିନ୍ନ ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାକୁ ନେଇ ନାନା ପ୍ରକାର ଆପରି ଅଭିଯୋଗ ଉଠୁଛି। ସବୁଠୁ ବଡ଼ କଥା ହେଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ କେୟାର ୟୁନିଟ୍ ନାହିଁ! ଅର୍ଥାତ୍ ପୋଡ଼ାଜଳା ରୋଗୀଙ୍କ ଚିକିତ୍ସା ପାଇଁ ଏଠାରେ ସେମିତି କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଗତ

ଜିଲ୍ଲା ମୁଖ୍ୟସଦର ମହକୁମା ଚିକିତ୍ସାଳୟ, ପୁରୀ

ଦୁଇବର୍ଷ ମଧ୍ୟରେ କେବଳ ବାଣ ବିସ୍ଫୋରଣ ଘଟି୧୯ ଜଣଙ୍କ ଅକାଳ ବିୟୋଗ ଘଟିଛି।

୨୦୨୪ ମେ’ ୨୯ ତାରିଖରେ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଯାତ୍ରା ଅବସରରେ ଘଟିଥିଲା ଭୟାନକ ବାଣ ବିସ୍ଫୋରଣା ସେଦିନ ଥିଲା ଭଉଁରୀ। ରାତିରେ ଠାକୁରଙ୍କ ୨୦ ଘେରା ଚାପ ଖେଳ ଚାଲିଥିଲା ରାତି ପ୍ରାୟ ୧୦ଟା ୪୫ରୁ ୧୧ଟା ମଧ୍ୟରେ ଘଟିଥିଲା ଅଘଟଣା ନରେନ୍ଦ୍ର ପୁଷ୍କରିଣୀର

ଚତୁଃପାର୍ଶ୍ଵରେ ହଜାର ହଜାର ଶ୍ରଦ୍ଧାଳୁ ବସି ଠାକୁରଙ୍କ ଚାପ ଖେଳ ଦେଖୁଥିଲେ । ଏହି ସମୟରେ ଦେବୀଘାଟ ପଟେ ହଠାତ୍ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା । ଏଥିରେ ୩୦ରୁ ଅଧ‌ିକ ଜଣ ପୋଡ଼ି ଯାଇଥିଲେ | ସଙ୍ଗେ ସଙ୍ଗେ ସେମାନଙ୍କୁ ଜିଲ୍ଲା ସଦର ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଏଠାରେ ସ୍ବତନ୍ତ୍ର ଭାବେ ବର୍ଷ ଯୁନିଟ୍ ନ ପୂବାରୁ ସେମାନଙ୍କୁ କଟକ,

ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଗପଛ ହୋଇ ୧୭ଜଣଙ୍କ ଜୀବନ ଚାଲିଯାଇଥିଲା । ସେହିପରି ୨୦୨୪ ପବିତ୍ର ଦୀପାବଳି ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ବାଟଗାଁ ଭାରତସାହିରେ ବାଣ ବିସ୍ଫୋରଣ ଘଟିଥିଲା I ୩ ଜଣଙ୍କୁ ଗୁରୁତର

ଖୋଲାଯିବ ବୋଲି କୁହାଯାଇଥିଲା I ହେଲେ ଏହାପରେ ବର୍ଣ୍ଣ ଯୁନିଟ୍ ଖୋଲିବା କଥା ପ୍ରାୟ ସମସ୍ତେ ଭୁଲିଗଲେଣି| ପୁରୀ ସାଂସଦ ସମ୍ବିତ୍ ପାତ୍ର ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ । ପୁରା ମେଡିକାଲରେ ବର୍ଣ୍ଣ ଯୁନିଟ୍ ପ୍ରତିଷ୍ଠା କରାଯିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର

ପୋଡ଼ାଜଳା ରୋଗୀଙ୍କୁ ମିଳୁନି ଚିକିତ୍ସା

ଅବସ୍ଥାରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ଅବସ୍ଥା ସଂକଟାପନ୍ନ ଥିବାବେଳେ ୩ ଜଣଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

ବଡ଼କଥା ହେଉଛି ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଆଶାରେ ସମ୍ପର୍କୀୟମାନେ ବିଭିନ୍ନ ପ୍ରକାର ପୋଡ଼ାଜଳା ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଛନ୍ତି | କିନ୍ତୁ ଏଠାରେ ମିଳୁନି ଚିକିତ୍ସା ସେବା। ପୁରୀରେ ବର୍ଣ୍ଣ ଯୁନିଟ୍ ଖେଲିବା ନେଇ ଗତବର୍ଷ ରଥଯାତ୍ରା ବୈଠକରେ ଆଲୋଚନା ହୋଇଥିଲା। ଅସ୍ଥାୟୀ ଭାବେ ରଥଯାତ୍ରା ସମୟରେ ଏହା

ଦୃଷ୍ଟି ଆକର୍ଷଣ କରିଥିଲେ | ନିଶ୍ଚିତ ଡବଲ ଇଞ୍ଜିନ ସରକାର ଏହି ଦାବି ପୂରଣ କରିବେ ବୋଲି ବିଜେପି ନେତୃତ୍ବ ମତ ରଖୁଥିଲେ| ଇତିମଧ୍ୟରେ ୨ ବର୍ଷ ବିତିଗଲାଣି, ହେଲେ ଏ ପର୍ଯ୍ୟନ୍ତ ପୁରୀ ମେଡିକାଲରେ ବର୍ଣ୍ଣ ୟୁନିଟ୍ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ପୁରୀରେ ବର୍ଣ୍ଣ ୟୁନିଟ୍ ଖୋଲିବା ପାଇଁ ବିଭିନ୍ନ ସ୍ତରରେ ବାରମ୍ବାର ଦାବି ହୋଇଆସୁଛି। ସରକାର ଏ ଦିଗରେ ବିହୀତ ପଦକ୍ଷେପ ନେଉନାହାନ୍ତି। ଫଳରେ ପୁରାବାସୀଙ୍କ ସମେତ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଜୀବନକୁ ବାଜିରେ ଲଗାଯାଉଛି ବୋଲି ଚର୍ଚ୍ଚା ହେଉଛି। (ବଳରାମ ତ୍ରିପାଠି ରିପୋର୍ଟ)

Leave a Reply

Your email address will not be published. Required fields are marked *