ଯୁବ ଦଇତାପତି ସେବାୟତଙ୍କୁ ଠାକୁରଙ୍କ ସେବା , ଶ୍ରୀମନ୍ଦିର ମନା , ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ ମହଙ୍ଗା ପଡ଼ିଲା

ପୁରୀ(କ ବ୍ୟୁ)୨୩/୪ : ଶ୍ରୀମନ୍ଦିରର ଶୁଦ୍ଧ ସୁଆର ତଥା ଯୁବ ଦଇତାପତି ସେବାୟତ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରିଛତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ I ଶ୍ରୀ ପାଢ଼ୀ ଯୁବ ଦଇତାପତି ସେବାୟତଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶରେ କଟକଣା ଲାଗୁ କରିବା ସହ ସେବାରୁ ନିଲମ୍ବନ କରିଛନ୍ତି। ଉକ୍ତ ସେବକଙ୍କ ଅନୈତିକ କାର୍ଯ୍ୟ ଯୋଗୁଁ ସମଗ୍ର ସେବକ ସମାଜ ଏବଂ ଶ୍ରୀମନ୍ଦିରର ସମ୍ମାନ ଓ ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି।

ଅନ୍ୟାଦେଶ ପର୍ଯ୍ୟନ୍ତ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରର ପ୍ରାୟତଃ ସେବକଙ୍କ ଆଚାର ବ୍ୟବହାର ଠିକ ଠିକ ରହି ନୀତି କାର୍ତ୍ତି ସମ୍ପାଦନ ଦନ ଶୃଙ୍ଖଳିତ ରହୁଥିବା ବେଳେ କିଛି ସେବକଙ୍କ ଅବାଞ୍ଛିତ କାର୍ଯ୍ୟକଳାପ ସମଗ୍ର ସେବକ ସମାଜକୁ ବଦନାମ କରୁଛି। କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛତି ମୁଖ୍ୟ ପ୍ରଶାସକ। ବିବି

ଯୁବ ଦଇତାପତି ଶ୍ରଦ୍ଧାନନ୍ଦ ଦାସ ମହାପାତ୍ର ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅଶ୍ଳୀଳ ଫଟୋକୁ ଭାଇରାଲ କରିଥିଲେ। ଏହି ମାମଲାରେ ସାଇବର ଥାନା ପୁଲିସ ଗତ ମାର୍ଚ୍ଚ ୩୧ରେ ତାଙ୍କୁ ଗିରଫ କରିଥିଲା । ଘଟଣାଟି ପୁରୀ ସମେତ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ମାତ୍ର ନିଜକୁ ଅସୁସ୍ଥତା ଦେଖାଇ ସେ ଜେଲ୍ ପରିବର୍ତ୍ତେ ଚିକିତ୍ସାଳୟରେ ରହିଥିଲେ। ଏହାରି ମଧ୍ୟରେ ସମ୍ପୃକ୍ତ ଯୁବତୀଙ୍କ ସହ ପରିବାର ସଦସ୍ୟଙ୍କ ସଲାସୁତୁରା ହୋଇ ମାମଲାକୁ ରଫାଦଫା କରିଥିଲେ। ଯୁବତୀ କୋର୍ଟରେ ମାମଲା ସମାଧାନପତ୍ର ଦାଖଲ କରିବାରୁ ସମ୍ପୃକ୍ତ ଯୁବ ଦଇତାପତି ସେବାୟତ ଶ୍ରଦ୍ଧାନନ୍ଦଙ୍କୁ ଜାମିନ୍ ମିଳିଥିଲା। ମାମଲାକୁ ରଫାଦଫା କରିବାକୁ ଲକ୍ଷାଧିକ ଟଙ୍କା କାରବାର ହୋଇଥିବା ସହରରେ ଚର୍ଚ୍ଚା ଜୋର୍ ଧରିଥିଲା ।

Leave a Reply

Your email address will not be published. Required fields are marked *