

ଅନୁଗୋଳ : ମହାନ୍ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଠାରେ ପ୍ରଥମେ ଅନୁଗୋଳ ସହର ବିଜୁ ମଇଦାନ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥି ସହିତ ଚଣ୍ଡୀଖମଣ ଠାରେ ଏକ ସାଧାରଣ ସଭା ଏବଂ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବିଜୁ ବାବୁଙ୍କ ଦେଶପ୍ରେମ ଏବଂ ଓଡ଼ିଶା ବିକାଶରେ ଅବଦାନ ବିଷୟରେ ଆଲୋଚନା ହୋଇଥିଲା। ପୂର୍ବତନ ବିଧାୟକ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ବିଜେଡି ପରିଷଦ ସଭ୍ୟ ମହେନ୍ଦ୍ର ବସ୍ତିଆ, ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ବ୍ଲକ ଅଧ୍କ୍ୟା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧକ୍ଷ ବିଜୟ କୁମାର ନାଥ, ଜିଲ୍ଲା ବିଜେଡି ଉପ ସଭାପତି ବାଉରୀ ବନ୍ଧୁ ସାହୁ, କାଉନସିଲର ସଦାନନ୍ଦ ପଣ୍ଡା, କାଉନସିଲର ସୁଶୀଲ ମୁଖୀ, କାଉନସିଲର ଶଙ୍କର ସେଠୀ, କାଉନସିଲର ରଞ୍ଜିତ୍ ମଣ୍ଡୋଠିଆ, କାଉନସିଲର ବଳରାମ ଜେନା, ଜିଲ୍ଲା ବିଜେଡି ସମ୍ପାଦକ ନକୁଳ ସାହୁ, ଜିଲ୍ଲା ବିଜେଡି ସମ୍ପାଦକ ଅଜିତ୍ ଦ୍ୱିବେଦୀ, ନଗର ବିଜେଡ଼ି ସଭାନେତ୍ରୀ ମାଳିନୀ ସର, ଜିଲ୍ଲା ବିଜେଡି ସମ୍ପାଦକ ଉଚ୍ଚବ ଦେହୁରୀ, ନଗର ବିଜେଡ଼ି ସଭାପତି ବୃନ୍ଦାବନ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।