ବୁଢାରଜା ମନ୍ଦିର ପ୍ରତିଷ୍ଠା ସଙ୍ଗେ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତୀ ଉନ୍ମୋଚନ

ଗାଇସିଲେଟ , ( କ ବ୍ୟୁ ) -ଫକୀର ଦୀପ : ପଶ୍ଚିମ ଓଡିଶା ଏକ ଆଦିବାସୀ ବହୁଳ ଅଞ୍ଚଳ l ପୂର୍ବେ ରାଜା ମହାରାଜା ଶାସନ ବେଳେ ଗୋରା ସରକାରଙ୍କୁ ହଟେଇବା ପାଇଁ ଆଦିବାସୀ ରାଜାମାନଙ୍କ ଭୂମିକା ଊର୍ଧ୍ୱରେ l ଏହି ରାଜାମାନେ ନିଜର ପ୍ରାଣ ଉତ୍ସର୍ଗ କରି ଦେଶର ପ୍ରଜାଙ୍କ ହିତ ପାଇଁ ଅମାପ ଲଢେଇ କରି ଆତ୍ମବଳି ଦେଇଥିଲେ l ସେହି ରାଜା ଜମିଦାର ଭିତରେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଜଣେ l ତାଙ୍କର ଗୋରା ସରକାର ବିରୋଧ ଲଢେଇ ପଶ୍ଚିମ ଓଡ଼ିଶାରେ ଇତିହାସ ରଚନା ବଦ୍ଧ l ପଶ୍ଚିମ ଓଡ଼ିଶାର ଜମିଦାର ହଟେ ସିଂ, ମାଧ୍ହୋ ସିଂ, ବୀର ବଖରିଆ ଏମିତି ଅନେକ ଆଦିବାସୀ ନିଜ ଧନୁଶର ମୁନରେ ଇତିହାସ ରଚି ଯାଇଛନ୍ତି l ଏହି ବୀର ଆଦିବାସୀ ମାନେ ନିଜ ବୀର କୌଶଳ,ଏକତା ଓ ସହଯୋଗ ଆମ ଓଡିଶା ବାସୀଙ୍କୁ ଅନୁପ୍ରାଣିତ କରିବା ଉଚିତ l ଏହି ବୀରପୁଙ୍ଗବ ଆଦିବାସୀକୁଳ ତାଙ୍କ ପିତୃପୁରୁଷଙ୍କ ବିର୍ସାମୁଣ୍ଡାଙ୍କ ପ୍ରତିଛବି ପ୍ରତି ପିଢ଼ିକୁ ତାଙ୍କର ଗୁଣାବଳୀ ମୂଳନୀବାସୀର ପରିଚୟ ଦେଇ ତାଙ୍କ ପିତୃ ପୁରୁଷଙ୍କୁ ମନେରଖିବାର ବାଟ ଗ୍ରାମ ଦେବତା “ବୁଢାରଜା ” ଭାବରେ ପୂଜାର୍ଚନାର ସ୍ଥାନ ପାଇଛି l ଏହି ବୁଢାରଜାକୁ ଆଜି ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ଗୁଦେରପାଲି ଗ୍ରାମପଞ୍ଚାୟତ ଟିକଟସ୍ତ ଜାମୁଟ ପାଲି ଗ୍ରାମବାସୀଙ୍କ ମିଳିତ ଉତଯୋଗରେ ଦେବତା ଭାବରେ ଆସନ ଦେଇଛନ୍ତି l ଏହାର ସୁଯୋଗ ବା ସହଯୋଗରେ ଜାମୁଟ ପାଲି ବିଶିଷ୍ଟ ଜ୍ଞାନୀ ଗୁଣି ଶ୍ରୀ କିଶୋର ଦେବତାଙ୍କ ଗଭିର ଚିନ୍ତାଧାରା ଓ ଗ୍ରାମର ମଙ୍ଗଳ ସାଧନାର ମାର୍ଗ ବୁଢାରଜଙ୍କୁ ଗ୍ରାମ ଦେବତା ଭାବରେ ପୂଜାର୍ଚନା କରି ଅସାଧ୍ୟ କାର୍ଯ୍ୟକୁ ହାସଲ କରି ପାରିଛନ୍ତି l ପୁଣି ଏହି ଜାମୁଟପାଲି ଗ୍ରାମବାସୀଙ୍କୁ ନିଜ ଗ୍ରାମବାସୀ ଭାବେ ସରପଞ୍ଚ ଶ୍ରୀ ରାମଚନ୍ଦ୍ର ପାତ୍ର ଓ ଗୁଦେରାପାଲି ତଥା ଜାମୁଟପାଲି ଗ୍ରାମବାସୀଙ୍କ ଅତୀତର ସ୍ଵପ୍ନ ଆଜି ସାକାର କରିବାକୁ ଯାଇ ଗାଁ ରେ ଇଷ୍ଟ ଦେବତା ଶ୍ରୀ ଶ୍ରୀ ବୁଢାରଜାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ସ୍ୱାଧୀନତା ସଂଗ୍ରାମୀ ଜମିଦାର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିଛନ୍ତି l ଏହି ଉତ୍ସବରେ ଅତିଥିଙ୍କ ଯଥାମାନ୍ୟ ସତ୍କାର କରି ଓ ଅଂଚଳରେ ପାଞ୍ଚ ଦିନଧରି ଅଞ୍ଚଳର ସମସ୍ତ ଓ ନିଜ ନିଜର ବନ୍ଧୁ ପରିଜନଙ୍କ ମେଳରେ ଗୋଟିଏ ସ୍ଥାନରେ ସମସ୍ତ ଏକତ୍ରିତ ଖାଦ୍ୟପେୟର ସୁ ବ୍ୟବସ୍ଥା ଶାନ୍ତିରେ କରିପାରିଛନ୍ତି l ଆଜି ମହା ଅତିଥି ସାଂସଦ ଜିଲ୍ଲା ବରଗଡ଼ ଶ୍ରୀ ପ୍ରଦୀପ କୁମାର ପୁରୋହିତ, ରାଜ୍ୟସଭା ସଦସ୍ୟ ଶ୍ରୀ ସନତ କୁମାର ଗଡତିଆ, ପରି ବିଶିଷ୍ଟ ଅତିଥିଙ୍କ ମେଳରେ ପୂର୍ବତନ ଗୁଦେର ପାଲି ସରପଞ୍ଚ ଶ୍ରୀ କିଶୋର ଦେବତା ଓ ବର୍ତମାନର ସରପଞ୍ଚ ଶ୍ରୀ ରାମଚନ୍ଦ୍ର ପାତ୍ର ପଡୋଶୀ ଗ୍ରାମବାସୀଙ୍କ ଉଦଯୋଗ ଓ ସହଯୋଗରେ ନିଶ୍ଚିନ୍ତରେ ଆକାଂକ୍ଷା ପୁରଣ କରି ପାରିଛନ୍ତି l ଲୋକଙ୍କ ମନୋରଞ୍ଜନ ପାଇଁ ରାବଣରlଜ ଓ ମୀନା ବଜାର ସଙ୍ଗେ ବିଶେଷ ଲୋକ ଆକର୍ଷଣୀୟ କାର୍ଯ୍ୟକ୍ରମ କରିପାରିଛନ୍ତି l ତତ ସଙ୍ଗେ ଅଂଚଳବାସୀଙ୍କୁ ଦର୍ଶନୀୟ ମହାନ ଶିକ୍ଷା ଦେଇଛନ୍ତି l

Leave a Reply

Your email address will not be published. Required fields are marked *