ଆସୁଛି ଗରମ ଉତ୍ତାପ ଭୀଷଣ
ସତର୍କ ହବାତ ବେଳଠୁ
ନହେଲେ ଜୀବନ ବିପଦ ସଂକୁଳ
ଶରୀର ଝାଳ ସବୁଠୁ।
ଆମେ ଚୂନା କଲୁ ଆମ ପରିବେଶ
ପରାଣ ଏବେ ହତାଶ
ଧର୍ଯ୍ୟ ଧରି ବନ ସୁରକ୍ଷା ସଂପଦ
ଆମର ଦୃଢ଼ ବିଶ୍ବାସ।
ମା’ ମାଟି ବଢ଼ୁଛି ଦିନ ରାତି ତାତି
ଅସମ୍ଭାଳ ଏ ପ୍ରକୃତି
ବଞ୍ଚିବା କେମିତି ରହିବା କେମିତି
ସବୁତ ହଉଛି କ୍ଷତି।
ହୁଏ ରୂପ ଥଣ୍ଡା ପୁଣିସେ ଗରମ
କାହାର ଏ ଖେଳଘର
ସବୁରି ଉପରେ ତୁମେ ବଡ଼ ଲୋକେ
ଉଦ୍ଧାର ପ୍ରଭୁ ଈଶ୍ୱର।
ଏ ମାନଗୋବିନ୍ଦ ପ୍ରକୃତି ସଂସ୍କୃତି
ଲେଖି ପଦ ଅଭିମତ
ସରବେ ମଙ୍ଗଳ ପରିବେଶ ସୁସ୍ଥ
ପ୍ରଭୁ ସୁରକ୍ଷା ଅମୃତ।
(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା