
ଚଣ୍ଡିଖୋଲ, ୧୧/୪ ( କ ବ୍ୟୁ ) : ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଧାନ ମଣ୍ଡଳ ସ୍ଥିତ ହୋଲି ଜେଶସ ପବ୍ଲିକ ସ୍କୁଲ ପରିସରରେ ଆଜି ଗ୍ରୀଷ୍ମ କାଳୀନ କ୍ରୀଡା ଉତ୍ସବ ଉଦଘାଟିତ ହୋଇଛି। ହୋଲି ଜେସସ୍ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା କାମିନୀ ନାୟକ ଙ୍କ ସଭାପତିତ୍ବ ଆୟୋଜିତ ଉତ୍ସବକୁ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବଡଚଣା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଉତ୍ସବକୁ ଉଦ୍ଘାଟନ କରିବା ସହିତ କ୍ରୀଡା ଶିକ୍ଷାର ଏକ ଅଂଶ। କ୍ରୀଡା ପିଲା ମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ, ବିକାଶ କରିବା ସହିତ ପ୍ରତିଯୋଗିତା ମନୋବୃତି ସୃଷ୍ଟି କରିବା ରେ ସାହାଯ୍ୟ କରିଥାଏ ବୋଲି କହିବା ସହିତ ଶିକ୍ଷା କହିଲେ କେବଳ ପୋଥି ଗତ ବିଦ୍ୟା ନୁହେଁ ବୋଲି କହିଥିଲେ।ଏଥିସହିତ କ୍ରୀଡ଼ା ପିଲା ମାନଙ୍କ ମଧ୍ୟରେ ଥିବା ଲିକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରିଥାଏ ବୋଲି କହିଥିଲେ। ଅଧ୍ୟକ୍ଷା ସୁଶ୍ରୀ କାମିନୀ ନାୟକ ଛାତ୍ର ଛାତ୍ରୀ ମାନେ ପ୍ରତ୍ୟେହ କାଗଜ କଲମ ପୁସ୍ତକ ପଢାରୁ ବାହାରି ଖେଳ ଖେଳ ମାଧ୍ଯମରେ ଶିକ୍ଷା ଗ୍ରହଣ କରିବା ସହିତ ନିଜର ପ୍ରତିଭା ପରିପ୍ରକାଶ କରିବା ଏହି ଉତ୍ସବ ସାହାଯ୍ୟ କରିବ ବୋଲି କହିଥିଲେ। ଅଜିର ଉଦ୍ଘାଟନ ଦିବସରେ ଜୁମ୍ବା ନୃତ୍ୟ, ହସ୍ତ କଳା ଚିତ୍ର, ପେଣ୍ଡୁ ନୃତ୍ୟ, ରିଙ୍ଗ ନୃତ୍ୟ, ଥ୍ରେଡ ପ୍ରିଟିଂ, ବଟଲ ପ୍ରିଣ୍ଟଟିଂ ସହିତ ଯାଦୁ ଖେଳ ହୋଇଥଲା। ଏହି ଖେଳ ତିନିଦିନ ଧରି ଚାଲିବ। ଚନ୍ଦନ କୁମାର ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ କ୍ରୀଡ଼ା ଉତ୍ସବ କୁ କ୍ରୀଡ଼ା ସଂଯୋଜକ ଦେବାଶିଷ ନାୟକ, ବୈଷୟିକ ସହଯୋଗୀ ଚିରଞ୍ଜିବୀ ଜେନା, ଶିକ୍ଷକ ସଂଜୟ କୁମାର ରାଉତ, ଲକ୍ଷ୍ମୀ ଧର ମଲ୍ଲିକ, ଶିକ୍ଷୟିତ୍ରୀ ମୌସୁମୀ ଦାସ, ସୁଭାଷିନୀ ମଲ୍ଲିକ କିରଣ ଯାଦବ, ପୁମନ୍ ଭାରତୀ, ସୁଭାଷିନୀ ଦାସ ଯାଦବ, ଶୁଭ ଲକ୍ଷ୍ମୀ ସାହୁ, ଶୀତଲ ପାଟୋଡ଼ିଆ, ପ୍ରିୟଙ୍କା ମଲ୍ଲ, ଶୁଭଶ୍ରୀ ବେହେରା, ଜ୍ୟୋତିକା ଶର୍ମା,ସାଗାରିକା ଶର୍ମା ପ୍ରମୁଖ ସହଯୋଗ କରିଥିଲେ।