ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଯାଜପୁର ଜିଲ୍ଲାର ପ୍ରସ୍ତୁତି ବୈଠକ।

ଚଣ୍ଡିଖୋଲ, ୧୧/୪ ( କ ବ୍ୟୁ ) : ଆଗାମୀ ୧୫ତାରିଖ ଦିନ ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ର ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ। ଏକ ବିଶାଳ ଗଣ ସମାବେଶ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଚଣ୍ଡିଖୋଲ ନିକଟସ୍ତ ଧର୍ମଶାଳା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାର ୭ଗୋଟି ନିର୍ବାଚନ ମଣ୍ଡଳୀ ର କର୍ମକର୍ତା ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ନିକୁଞ୍ଜ ପଶାୟତ ଯୋଗଦେଇ ଆଗାମୀ ଜନତା କଂଗ୍ରେସ ପାର୍ଟି ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବିଶାଳ ଗଣ ସମାବେଶ କୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଜୟ କୁମାର ରାୟ, ପ୍ରଦୀପ କୁମାର ଧଳ, ଦିଲ୍ଲୀପ କୁମାର ରାଉତ, ସୁରେଶ ଚନ୍ଦ୍ର ସାହାଣୀ, ବିଜୟ ଦାସ,ସେକ୍ ଅମିରୁଲ୍ ଖାଁ, ଗୋବିନ୍ଦ ସାମଲ, ସେକ୍ ବଦ୍ରି ଉଦ୍ଦିନ, ସଂଗ୍ରାମ ରାୟ, ମନୋରଞ୍ଜନ ନାୟକ, ପ୍ରଶାନ୍ତ କୁମାର ସାହୁ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତ ନରେଶ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯାଜପୁର ଜିଲ୍ଲାରୁ ଏହି ପ୍ରତିଷ୍ଠା ଦିବସ ସମାରୋହରେ ୧୫୦୦କର୍ମୀ ଯୋଗଦେବା ପାଇଁ ଆଜିର ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ନିଆ ଯାଇଥିଲା। ଏହି ପ୍ରସ୍ତୁତି ବୈଠକ ରେ ଯାଜପୁର ମ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଶତାଧିକ କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *